Breaking News

ବଜ୍ରାଘାତ ରେ ଯୁବକ ଗୁରୁତର.. … ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧିନ…

 

ହରଭଙ୍ଗା :30/05.ବୌଦ୍ଧ ଜିଲ୍ଲା ରେ ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକ ରେ ମୌସୁମୀ ବର୍ଷା ଆସିବା ପୂର୍ବରୁ ଅଦିନିଆ ବର୍ଷା 4ଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଛି l ଏପରିକି କଣ୍ଟାମାଳ ବ୍ଲକ ରେ ଅତ୍ୟଧିକ ବର୍ଷା ହେତୁ ଘଣ୍ଟାପଡା ପଂଚାୟତ ମାଣ୍ଡିଆ ଜୋର -ରେକ ଡୋଲ ରାସ୍ତାର ସମଲେଶ୍ୱରୀ ନାଳ ଉପରେ ଗତ କାଲି 5ଫୁଟ ର ପାଣି ଯାତାୟାତ କରି ଥିବାରୁ 3ଖଣ୍ଡ ପଂଚାୟତ ଯୋଗାଯୋଗ ବିଛନ୍ନ ରହିଥିଲା l ଆଜି ସେହିପରି ହରଭଙ୍ଗା ବ୍ଲକ ରେ ପୁରୁଣାକଟକ ଅଞ୍ଚଳ ସହିତ ଅନ୍ୟ ସ୍ଥାନରେ ସନ୍ଧ୍ୟା ସମୟରେ ହଠାତ ମଧ୍ୟମ ଧରଣ ର ବର୍ଷା ସହ ଘଡଘଡି ଓ ବିଜୁଳି ଏବଂ ବଜ୍ରପାତ ହୋଇଥିଲା l ଫଳରେ ବଜ୍ରାଘାତ ରେ ପୁରୁଣାକଟକ ଗ୍ରାମ ପଂଚାୟତ ଶରଧା ପୁର ଗ୍ରାମର ଅଜିତ ସେଠି (19)ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମ ନିକଟ ଏକ ଆମ୍ବ ଗଛ ତଳେ ରହିଥିବା ବେଳେ ଅନୀତି ଦୂରରେ ବଜ୍ରାଘାତ ହୋଇଥିଲା l ବଜ୍ରାଘାତ ପ୍ରଭାବ ରେ ଅଜିତ ଅଚେତ ହୋଇଥିବା ରୁ  ଗ୍ରାମବାସୀ ଓ ପରିବାର ଅଜିତ କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ରୁ ଡାକ୍ତର ଅଜିତ କୁ ସାମାନ୍ୟ  ବଜ୍ରାଘାତ ରେ ଆହତ ସହିତ ଜୀବନ ପ୍ରତି କୋଣସି ବିପଦ ନ ଥିବା ସୂଚନା ଦେଇଛନ୍ତି l

Related Articles

Back to top button