କୋଡ଼ିବାହାଲ ଗ୍ରାମରେ ପୋଖରୀରେ ବୁଡି 10 ବର୍ଷ ବାଳକର ମୃତ୍ୟୁ, ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଆଣିଲା ପୋଲିସ


କଣ୍ଟାମାଳ: -୩୦/୫/୨୫: ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତର କୋଡ଼ିବାହାଲ ଗ୍ରାମରେ ଘଟିଛି ଏକ ଅଘଟଣ ।ଶୁକ୍ରବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଘଣ୍ଟାପଡା ପୋଲିସ କୋଡ଼ି ବାହାଲ ଗ୍ରାମରେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା 10 ବର୍ଷ ବାଳକର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ବ୍ୟବଛେଦ କେନ୍ଦ୍ରକୁ ଆଣିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସାଙ୍ଗ ମାନଙ୍କ ସହ କୋଡ଼ିବାହାଲ ଗ୍ରାମର ଟଙ୍କନିଧି କମ୍ପଙ୍କ 10 ବର୍ଷର ପୁଅ ଆଦିତ୍ୟ ଗ୍ରାମ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲା | ପରିବାର ଲୋକେ ଅନେକ ଖୋଜାଖୋଜି ପରେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଖୋଜା ଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ | ଏ ସମ୍ପର୍କରେ ଘଣ୍ଟାପଡା ପୋଲିସକୁ ସୂଚନା ଦେବା ପରେ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସନ୍ଧ୍ୟାରେ ମନମୁଣ୍ଡା ଡାକ୍ତରଖାନା ଆଣିଛି l ଖବର ଲେଖାହେବା ପର୍ଯ୍ୟନ୍ତ ଶବ ବ୍ୟବଛେଦ ହୋଇନଥିବା ପ୍ରକାଶ କରିଛନ୍ତି ମୃତ ବାଳକର ବଡ଼ବାପା ରଙ୍କ ନିଧି କମ୍ପ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’




