ନେସନ ଶିଶୁ ଯନ୍ତ୍ର କେନ୍ଦ୍ର ରେ ନିଶାକର ପାଢ଼ୀ ଙ୍କ ଚତୁର୍ଥ ଶ୍ରାଦ୍ଧଦିବସ ପାଳିତ।


ଛାତିଆ(ଆ ପ୍ର) ୩୦/୫
ଭଞ୍ଜ ସାହିତ୍ୟ ର ଗଭେଶକ ପାରିଆ ପଂଚାୟତ ବରୁଣିଆ ଗ୍ରାମ ରପ୍ରାଧ୍ୟାପକ ଡକ୍ଟର ନିଶାକର ପାଢ଼ୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସମିଆ ସ୍ଥିତ ବୁଢା କେନ୍ଦୁଆ ନେସନ ଶିଶୁ ଯନ୍ତ୍ର କେନ୍ଦ୍ର ଠାରେ ପାଳିତ ହୋଇଯାଇଛି। ନିଶାକର ପାଢ଼ୀଙ୍କ ଧର୍ମପତ୍ନୀ ସମାଜସେବିକା କଲ୍ୟାଣୀ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଏହି କାଯ୍ୟକ୍ରମ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ବସୁନ୍ଧରା ଶିଶୁ ଯନ୍ତ୍ର କେନ୍ଦ୍ର ର ଡାଇରେକ୍ଟ ର ତଥା ନେସନ ର ପ୍ରତିଷ୍ଠାତା ଶୈଳ ବେହେରା ଯୋଗଦେଇ କାଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ନିଶାକର ପାଢ଼ୀ ଖାଲି ଏ ଅଞ୍ଚଳ ନୁହଁ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ ଜଣେ ମି ଷ୍ଠଭା ସୀ, ପରାଉପକାରୀ ଓ ବିଭିନ୍ନ ଅନୁଷ୍ଠାନ ଗଢିବାରେ ସିଧହସ୍ତ ଥିଲେ ଏକାଧାରରେ ଜଣେ ଲେଖକ, ଗବେଷକ, ପ୍ରାଧ୍ୟାପକ ଓ ପ୍ରତିଷ୍ଠାତା ଥାଇ ମଧ୍ୟ ଜନସେବା କରିବାରେ ତାଙ୍କର ପ୍ରବଳ ଇଚ୍ଛା ଓ ଆଶା ଥିଲା, ଚାକିରୀ ରୁ ଅବସର ପରେ ନିଜ ପେନସନ ର ସମସ୍ତ ପଇସା କେବଳ ଗାଁ କାମ ରେ ଲଗାଉଥିଲେ ବୋଲି ଶ୍ରୀମତୀ ବେହେରା କହିଥିଲେ। ଏଥିରେ ସମାଜସେବୀ ପୂର୍ଣଚନ୍ଦ୍ର ଖୁଣ୍ଟିଆ, ନେସନ ଶିଶୁ ଯନ୍ତ୍ର କେନ୍ଦ୍ର ର ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଗଙ୍ଗାଧର ରାଉତ, ଶିକ୍ଷାବିତ ଅନଙ୍ଗ ପାଢ଼ୀନଳିନୀ କାନ୍ତ ରାଉତ,ସାମ୍ବାଦିକ କାର୍ତ୍ତିକ ରାଉତ, ଶଙ୍କର୍ଷଣ ପ୍ରଧାନ, ନିହାରକାନ୍ତ ସ୍ୱାଇଁ, ବାବୁଲି ଦାସ, , ଅଶୋକ ପାଢ଼ୀ, ହରପ୍ରସାଦ ରାଉତ, ବିଭୁଦତ୍ତ ପାଢ଼ୀ ଓ ଜ୍ଞାନେନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ନିଶାକର ପାଢ଼ୀଙ୍କ ଗୁଣ ଜ୍ଞାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଶିଶୁଯତ୍ନ କେନ୍ଦ୍ର ରେ ଥିବା ସମସ୍ତ ଅନ୍ତେ ବାସୀଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ତା କରାଯାଇଥିଲା। ନିଶାକର ପାଢ଼ୀଙ୍କ ଧର୍ମ ପତ୍ନୀ ପରିଶେଷରେ ଯୋଗଦେଇଥିବା ସମସ୍ତ ସଦସ୍ୟ ସଦସ୍ୟା ଓ ନେସନ ର କର୍ମ କର୍ତ୍ତା ଏବଂ ଅନ୍ତେ ବାସୀଙ୍କୁ ସ୍ୱାଗତ କରିବା ସହ ନିଶାକର ପାଢ଼ୀ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ରେ ଯୋଗଦେଇ ତାଙ୍କର ଆତ୍ମା ର ସଦଗଦି କାମନା କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




