ଦୀର୍ଘ ୨ ବର୍ଷ ପରେ କୋଦଳା ମେଡ଼ିକାଲରେ ଆମ୍ବୁଲାନ୍ସ(ମହାପ୍ରୟାଣ) ସେବା ଆରମ୍ଭ ହେଲା। ଡ୍ରାଇଭର ନଥିବା ଯୋଗୁଁ ଚାଲୁନଥିଲା ନୁଆଁ ଆମ୍ବୁଲାନ୍ସ।


ବେଗୁନିଆପଡା:-(୩୦/୦୫/୨୦୨୫)- କୋଦଳା ମେଡିକାଲକୁ ଦୀର୍ଘ ୩ ବର୍ଷ ପୂର୍ବେ(୨୦୨୨) ଆସିଥିବା ନୁଆଁ ଆମ୍ବୁଲାନ୍ସ ଆଜି ଚାଲିଲା। ଗତ ସରକାର ସମୟରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଙ୍କ ଦ୍ୱାରା ଏମ ଏଲ ଏ ହାତ ପାଣ୍ଠିରୁ ଏହି ଶବ ବୁହା ଆମ୍ବୁଲାନ୍ସ କୋଦଳା ମେଡିକାଲକୁ ପ୍ରଦାନ କରାଯାଇଥିଲା। କିନ୍ତୁ ଡ୍ରାଇଭର ନଥିବା ଯୋଗୁଁ ଏହି ଗାଡି ଦୀର୍ଘ ୩ ବର୍ଷରୁ ଅଧିକ ହେବ ପଡିରହିଥିଲା। ବର୍ତ୍ତମାନ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକଙ୍କ ପ୍ରଚେଷ୍ଟା କ୍ରମେ ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ କୋଦଳା ଆର କେ ଏସ ବୈଠକରେ ଏହି ବିଷୟକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଡ୍ରାଇଭର ନିଯୁକ୍ତି କରି ଏହାକୁ ଚଳାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜି ଏହାର ଶୁଭାରମ୍ଭ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥୀ, କୋଦଳା ମେଡିକାଲ ଅଫିସର ଡା ଆଦିତ୍ୟ ପ୍ରସାଦ ସାହୁ, ବି ପି ଏମ ସନ୍ତୋଷ କୁମାର ପଣ୍ଡା, ବିଭୁତି ଭୂଷଣ ପାଣ୍ଡି ପ୍ରମୁଖ ଉପସ୍ଥିତ ରହି ଏହି ଗାଡିର ଶୁଭାରମ୍ଭ କରିଥିଲେ। ସ୍ୱତନ୍ତ୍ର ଭାବେ ଏକ ମହିଳା ଏସ ଏଚ ଜି ଏହି ଆମ୍ବୁଲାନ୍ସ ଚଳାଇବା ପାଇଁ ଦାୟିତ୍ୱ ନେବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ କରାଯାଇଛି।




