କଣ୍ଟାମାଳ ବ୍ଳକର ବିଭିନ୍ନ ସ୍ଥାନରେ ବାଲରକ୍ଷା ଭାରତ ତରଫରୁ ଋତସ୍ରାବ ସ୍ବଚ୍ଛତା ଦିବସ ପାଳିତ


କଣ୍ଟାମାଳ: -୩୦/୫/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ସ୍ବେଚ୍ଛାସେବୀ ଅନୁଷ୍ଠାନ ବାଲରକ୍ଷl ଭାରତ ଓ ମହିଳା ଓ ଶିଶୁ ବିକାଶ ବିଭାଗ ର ମିଳିତ ଆନୁକୁଲ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ନୂର୍ପା,ବଉଳସିଂହା ଓ ରୁଗୁଡ଼ିପାଲି ଠାରେ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ ୯୦ ରୁ ଅଧିକ ମହିଳା,କିଶୋରୀ ବାଳିକା ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ରେ ବାଳରକ୍ଷl ଭାରତ ର ପୁଷ୍ପାଞ୍ଜଳି ବେହେରା,ଦୟାନିଧି ଜଗତ, ରାଜୀବ ପ୍ରଧାନ ତଥା ଅଙ୍ଗନୱାଡ଼ି କର୍ମୀ ସୁମତି ନାୟକ ଉପସ୍ଥିତ ଥାଇ ୨୦୨୫ ଋତୁସ୍ରାବ ସ୍ୱଚ୍ଛତା ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଯେ ଋତୁ ସ୍ରାବ ହେଉଛି “ଏକ ପିରିଅଡ୍ ଫ୍ରେଣ୍ଡଲି,ଏବଂ ଆମେ ବିଶ୍ୱ ପାଇଁ ଏକାଠି” ହେବା |ଏହି ବିଷୟବସ୍ତୁ ମହିଳା ଏବଂ ବାଳିକାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ସୁଯୋଗର ପ୍ରବେଶକୁ ସୀମିତ ନ କରିବା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।ଏହା ବ୍ୟତୀତ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ରହିବା ପ୍ୟlଡ ବ୍ୟବହାର କରିବା ଓ ତାକୁ ଏଣେତେଣେ ନ ଫିଙ୍ଗି ଡଷ୍ଟବିନ ରେ ଥୋଇବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଋତୁସ୍ରାବ ସମ୍ବନ୍ଧୀୟ ଅନ୍ଧବିଶ୍ୱାସ କଳଙ୍କକୁ ଭାଙ୍ଗିବା ଏବଂ ଉତ୍ତମ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ କୁ ରାଜୀବ ପ୍ରଧାନ ପରିଚାଳନା କରିଥିବାବେଳେ ଆଶା ଦିଦି ପୁଷ୍ପାଞ୍ଜଳି ପାଣ୍ଡେ ବିଶେଷ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




