Breaking News
ମା ଚେଙ୍ଗାବାଇ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ


.ସୋଲର ଗ୍ରାମ ପଂଚାୟତ କୁମ୍ବେଇ ମୌଜା ସ୍ଥିତ ମା ଚେଙ୍ଗ ବାଇ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜି ମା ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି,ଛତିଆ ସମାଜସେବୀ ସଂଗଠନ ପରିବାର ମୁଖ୍ୟ ସଭାପତି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ… ଆସନ୍ତାମାସ ତା 1/06/2026 ରବିବାର ଦିନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି, ବହୁ ସାଧୁ ସନ୍ଥ ମାନଙ୍କ ସମାବେଶ ହେବ ସେଥିପାଇଁ ବିଭିନ୍ନ ଉତ୍ତର ଦାୟିତ୍ୱ ସଦସ୍ୟ ସଦସ୍ୟା ମାନଂକୁ ବଣ୍ଟନ କରାଗଲା, ଅବସର ପ୍ରାପ୍ତ ସେନା ଅଧିକାରୀ ସଂଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାରଣା ଉତ୍ସବ ସମ୍ପର୍କୀୟ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ…. କୁମ୍ବେଇ ମଠ ଅଧିକାରୀ ମହନ୍ତ ଶ୍ରୀଯୁକ୍ତ ବଲ୍ଳଭ ଦାସ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ସର୍ବ ସହମତି କର୍ମେ ସ୍ଥିର କରାଗଲା…




