Breaking News

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମନେଇଲେ ସାରଦା ଏକାଡେମୀର ୧୯୭୪ ମାଟ୍ରିକ ବ୍ୟାଚ ର ଶିକ୍ଷାର୍ଥୀ !!

ତିର୍ତ୍ତୋଲ ::-ଏପରି ଶିକ୍ଷାନୁଷ୍ଠାନ ଅଛି ଯୋଉଠି ସିଲଭର ଜୁବୁଲି ମନେଇବାକୁ ପାରୁନାହାନ୍ତି କିନ୍ତୁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ତତ୍କାଳୀନ ଶିକ୍ଷାର୍ଥୀ ବନ୍ଧୁମିଳନ ଭେଟଭାଟ ନାମରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବଡ଼ ଧୂମଧାମ ରେ ମନେଇଛନ୍ତି !ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କନକପୁର ପଞ୍ଚାୟତର ବହୁପୁରାତନ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ୧୯୭୪ ମାଟ୍ରିକ ବ୍ୟାଚ ର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ !ଏକାଡେମୀର ପୁରାତନ ଛାତ୍ର ସଂସଦ ର ସଭାପତି ଡଃ ଅମରେନ୍ଦ୍ରନାଥ ଦାସ ଙ୍କ ଅଧ୍ୟକ୍ଷତା ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ୧୯୭୪ ମାଟ୍ରିକ ବ୍ୟାଚ ର ସୁବର୍ଣ୍ଣ ଜୟନ୍ତୀ ।ଏହି ପରିପ୍ରେକ୍ଷୀରେ ଏକାଡେମୀର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ଦଶମ କ ଶ୍ରେଣୀ ର ଛାତ୍ରୀ ରୋଷନୀ ନାୟକ, ଦଶମ କ ଶ୍ରେଣୀ ର ଛାତ୍ର ଓମ୍ ପ୍ରକାଶ ଦାସ ଓ ଦଶମ ଗ ଶ୍ରେଣୀ ର ଛାତ୍ରୀ ସସ୍ମିତା ସାହୁ ଯଥାକ୍ରମେ ୧ମ, ୨ୟ ଓ ୩ ୟ ସ୍ଥାନରେ ମନୋନୟନ କରି ପୁରସ୍କୃତ କରାଯାଇ ଥିଲା । ଦୀର୍ଘ ୫୧ ବର୍ଷପରେ ପୁରାତନ ବିଦ୍ୟାର୍ଥୀ ମାନଙ୍କର ଏହି ଅପୂର୍ବ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ୮୦ ରୁ ଅଧିକ ସଂଖ୍ୟାରେ ସହପାଠୀ ଓ ସହପାଠିନୀ ଯୋଗଦେଇ ଥିବା ବେଳେ, ଆବାହକ ବିଜୟ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ ଅଭ୍ୟର୍ଥନା ଜଣାଇ ଥିଲେ । ଅନୁଷ୍ଠାନର ମୁଖ୍ୟଉପଦେଷ୍ଟା ଡଃ ଅମରେନ୍ଦ୍ରନାଥ ଦାସ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ସମରେନ୍ଦ୍ର ସିଂହ, ଏକାଡେମୀର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ମହାନ୍ତି, ଶିକ୍ଷକ ମାନସ କୁମାର ପୃଷ୍ଟି , ଶିକ୍ଷୟତ୍ରୀ ଇତିପ୍ରଭା ମହାନ୍ତି ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କୁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରା ଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇ ଥିଲା। ଜୟନ୍ତୀ କମିଟି ର ସଭାପତି ଗୁରୁଚରଣ ବ୍ରହ୍ମ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ,ସହ ସମ୍ପାଦିକା ବନ୍ଦନା ଦାସ ସମ୍ପାଦକୀୟ ପାଠ କରିଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଅଶୋକ କୁମାର ରାଉଳ, କ୍ଷୀରୋଦ କୁମାର ରାଉଳ ସମ୍ପାଦକ ସୁରେନ୍ଦ୍ର କୁମାର ନାଥ ,ଓ କୋଷାଧ୍ୟକ୍ଷ ହେମନ୍ତ କୁମାର ସାହୁ ଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ରବିନାରାୟଣ ଚୌଧୁରୀ, ନିର୍ମଳ ମହାନ୍ତି , ଅକ୍ଷୟ ପରିଡ଼ା , ଜଗନ୍ନାଥ ମୁଦୁଲି, ବୁଲେଇ ଭୋଇ, ନାରାୟଣ ସାମଲ, ନିତ୍ୟାନନ୍ଦ ସାହୁ , ସୁନାକର ମହାନ୍ତି, ପ୍ରଭୂପ୍ରସାଦ ମହାନ୍ତି , ବୀର କିଶୋର ନାୟକ, ସୁଶୀଳା ବାଳl ସିଂହ , କମଳା ମହାନ୍ତି, ଉର୍ମିଳା ମହାନ୍ତି , କମଳା ( ନନ୍ଦୀ) ମଣ୍ଡଳ, ବିଜୟଲକ୍ଷ୍ମୀ ମହାନ୍ତି ଓ ନାଦଶ୍ରୀ ସାହୁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ସଭାଆରମ୍ଭ ହେବା ମାତ୍ରେ ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ସହପାଠୀନୀ ଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ! ଗୁରୁପୂଜନ ଓ ଗୁରୁବନ୍ଦନା ସହିତ ଶିକ୍ଷାର୍ଥୀ ମାନଙ୍କ ସମୟର ଆନ୍ଥେମ୍ ଗାନ କରାଯାଇ ହଜିଯାଇଥିବା ସମୟକୁ ସାଥିମାନେ ମନେ ପକେଇଥିଲେ !ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ସ୍ମରଣିକା କୁ ନିମନ୍ତ୍ରିତ ଅତିଥି ଓ ଲେଖକ ଲେଖିକା ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇ ଥିଲା । ଜୟନ୍ତି କମିଟି ପକ୍ଷରୁ ସମସ୍ତଙ୍କୁ ପିପିଲି ବ୍ୟାଗ ଓ କିଛି ଉପଢୌକନ ପ୍ରଦାନ କରାଯାଇଥିବା ବେଳେ ଲକି ଡ୍ର ମାଧ୍ୟମରେ ସୁନ୍ଦର ସୁନ୍ଦର ଉପହାର ବିଜେତା ମାନଙ୍କୁ ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରଭୁ ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଉତ୍ସବ ର ପରିସମାପ୍ତି ଘୋଷଣା କରିଥିଲେ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button