ରଥମହୋତ୍ସବ ପ୍ରସ୍ତୁତି ବୈଠକ


ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ମହୋତ୍ସବ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରତିନିଧି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ ଙ୍କ ସମେତ ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତ୍ତର ଅଧିକାରୀ ବଳଦେବ ବେହେରା ଓ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ, ବାଣିଭୂଷଣପୁର ପଞ୍ଚାୟତ ନୟାବସରପଞ୍ଚ ପ୍ରତିନିଧି ଚିତରଞ୍ଜନ ମଲ୍ଲିକ , ୱାର୍ଡମେମ୍ବର ସଭ୍ୟ ସଭ୍ୟା ,ହରଭଙ୍ଗା ପଞ୍ଚାୟତ ସମିତି ସଦସ୍ୟ ଚିତ ରଞ୍ଜନ ସେଠି, ପୁରୁଣାକଟକ ଥାନ ଅଧିକାରୀ , ଅଞ୍ଚଳର ବୁଦ୍ଧିଜୀବୀ ,ବାଣୀଭୁସଣପୁର ପଂଚାୟତ ର ଗ୍ରାମକମିଟି ମୁଖିଆ, ସମେତ ଜଗନ୍ନାଥ ରଥଯାତ୍ରା କମିଟି ର ସଦସ୍ୟ ଯୋଗ ଦେଇଥିଲେ । ପ୍ରଥମେ ସମ୍ପାଦକ ବାମଦେବ ଦାଶ ଗତ ବୈଠକର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ନୂତନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଥିଲେ ସଭାପତି । ପରେ ରଥ ନିର୍ମାଣ ନିମନ୍ତେ ପାଣ୍ଠି ସଂଗ୍ରହ ସହ ରଥମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାପାଇଁ ମୀନାବଜାର,ସାଂସ୍କୃତିକ କାର୍ଯ୍ୟକ୍ରମ ,ସ୍ଥାନୀୟ ଲୋକକଳା ପ୍ରଦର୍ଶନ,ପୁରୀ ଭୋଗ , ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିର ନିର୍ମାଣ ,ସ୍ନାନପୂର୍ଣ୍ଣିମା ପାଳନ ପାଇଁ ସମୀକ୍ଷା କରାଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଜନକ ପାତ୍ର , ସୁବାସ ପ୍ରଧାନ,ସୁଶାନ୍ତ ପାତ୍ର , ସନ୍ତୋଷ ପାତ୍ର, ଆଶିଷ ସାହୁ ,ଶୁଭଶ୍ରୀ ପାତ୍ର, ପ୍ରଦୀପ ବେହେରା, ସୁବାଷ ଚନ୍ଦ୍ର ପଣ୍ଡା, ଅର୍ଜୁନ କଁହର ,ସୁରେଶ ବେହେରା, ବେଦବର ପ୍ରଧାନ, ସମୀର ନାୟକ, ପୂର୍ଣଚନ୍ଦ୍ର ମହାରଣା ,ବିପୁଲ ବିଶ୍ୱାସ, ହରିସଙ୍କର ସାହୁ, ସିକନ ନାୟକ, ପ୍ରଦୀପ ବେହେରା, ଅମିତା ପାଣିଗ୍ରାହୀ, ନିରୂପମା ରାଉଳ, ପୂର୍ଣ୍ଣିମା ରାଏ,ସରସ୍ୱତୀ ରାଏ, ଅନିତା ପ୍ରଧାନ, SHG ମହାସଂଘ ର ମହିଳା,ମହାବିନାୟକ ଯୁବକ ସଂଘ ର ସଦସ୍ୟମାନଙ୍କ ସହ ଅଞ୍ଚଳବାସୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଆଗାମୀ ଦିନରେ ରଥମହୋତ୍ସବ ତଥା ନୂତନ ରଥ ନିର୍ମାଣ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଦେବତ୍ୱର ଅଧିକାରୀ ତଥା ତହସିଲଦାର ।




