Breaking News

ବିଜେଡିର ସାଂଗଠନିକ ବୈଠକ”  ୱାର୍ଡ ସ୍ତରରେ ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବା ପାଇଁ କ୍ୟାପଟେନଙ୍କ ପରାମର୍ଶ 

 

ଚମ୍ପାପୁର ସ୍ଥିତ ଜଗନ୍ନାଥ ମଣ୍ଡପ ପରିସରରେ ପ୍ରାକ୍ତନ ବ୍ଲକ ଅଧକ୍ଷ ତଥା ବଡ଼ଚଣା ବିଜେଡ଼ି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଚମ୍ପାପୁର, ଛତିଆ, ନେଳିଆ, ସୋଲର ଚାରି ପଞ୍ଚାୟତର ଛାମୁଆ କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ନେଳିଆ ପଞ୍ଚାୟତ ସମିତିସଭ୍ୟ ଧନେଶ୍ୱର ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ବୈଠକର ସୂଚନା ପ୍ରଦାନ କରିଥଲେ l ଦଳର କାର୍ଯ୍ୟପନ୍ଥା ଓ ସଂଗଠନର ଅଭିବୃଦ୍ଧି ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା l ବଡଚଣା ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ସାଂଗଠନିକ ସଞ୍ଚାରନର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହିତ ୱାର୍ଡ ସ୍ତରରୁ ସଙ୍ଗଠନକୁ ମଜବୁତ ଓ ଗତିଶୀଳ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ l ସେ କହିଥିଲେ ଶାସକ ଦଳର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବୁଥ ସ୍ତରରୁ କର୍ମୀ ମାନେ ଏକାଠି ହୋଇ ଲୋକଙ୍କ ସହ ପ୍ରତି କ୍ଷେତ୍ରରେ ଛିଡ଼ା ହୋଇ ସରକାରୀ ଦଳର ଦୁର୍ନିତୀ ଅନୀତି କୁ ଦୃଢ଼ ବିରୋଧ କରିବାକୁ ହେବ l କିପରି ଭାବେ ଅଧିକରୁ ଅଧିକ ହିତାଧିକାରୀ ମାନେ ମୌଳିକ ଅଧିକାର ପାଇ ପାରିବେ ସେ ନେଇ ଯତ୍ନବାନ ହେବା ପାଇଁ ଶ୍ରୀଯୁକ୍ତ ମହାପାତ୍ର ପରାମର୍ଶ ଦେଇଥିଲେ l ଯାହା ବୈଠକରେ ଉପସ୍ଥିତ କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଭରିଥିଲା l ଏହି ଅବସରରେ ବ୍ଲକ ବିଜେଡ଼ି ସଭାପତି ତାପସ ଚନ୍ଦ୍ର ରାୟ, ଅମର ମହାନ୍ତି,ବରିଷ୍ଠ ବିଜେଡି ନେତା ମାଧବାନନ୍ଦ ମହାପାତ୍ର, ନିରଞ୍ଜନ ବିଶ୍ୱାଳ, ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସରପଞ୍ଚ ବିଜୟ କୁମାର ସ୍ବାଇଁ, ସମିତିସଭ୍ୟ ସଞ୍ଜୟ ବେହେରା, ଦେବେନ୍ଦ୍ର ଜେନା,ତୁଷାର ପଣ୍ଡା, ଧୀରେନ୍ଦ୍ର କୁମାର ନାଥ, ଦିଲ୍ଲୀପ ରାଉତ, ଅନ୍ନପୂର୍ଣ୍ଣା ବେହେରା, କ୍ଷୀରୋଦ ସାମଲ, ନିରଞ୍ଜନ ରାଉତ, ମନୋଜ ସାମଲ, ବାଦଲ ସାହୁ, ସନ୍ତୋଷ କୁମାର ପ୍ରଧାନ, ରମାକାନ୍ତ ପ୍ରଧାନ, ଅରୁଣ ସ୍ବାଇଁ, ଅଶୋକ ସ୍ବାଇଁ, ଚିନ୍ମୟ ଦଳେଇ, ଚିନ୍ମୟ ସ୍ବାଇଁ, ପ୍ରକାଶ ସ୍ବାଇଁ, ହୃଷୀକେଶ ମହାନ୍ତି, ରମାକାନ୍ତ ମଲିକ, ସୁଶାନ୍ତ ସାହୁ, ନିରଞ୍ଜନ ରାଉତ, ମିଟୁ ସାହୁ, ଅଜୟ ସ୍ବାଇଁ, କ୍ଷୀରୋଦ ମହାରଣା,ଅନିଲ ରାଉତଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Related Articles

Back to top button