Breaking News

ପଞ୍ଚାୟତ ସମିତି ର ନବମ ସାଧାରଣ ବୈଠକ ଅନୁଷ୍ଠିତ

 ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମିତି ସଭା ଗୃହ ଠାରେ ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ ଉପାଧ୍ୟକ୍ଷ କାହୁଁଚରଣ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ପ୍ରତିନିଧି ଭାବେ ସୁଶାନ୍ତ କୁମାର ପ୍ରଧାନ, ସାସଂଦ ପ୍ରତିନିଧି ରବି ନାରାୟଣ ପ୍ରଧାନ, 7 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଯୋଗ ଦେଇ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କ ରେ ଆଲୋଚନା କରିଥିଲେ l ବୈଠକ ପ୍ରାରମ୍ଭରେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ସମିତି ବୈଠକର ବିବରଣୀ ପଠନ କରିଥିଲେ | ବୈଠକ ରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ,ଉପରେ ବିଶେଦ ଆଲୋଚନା କରାଯାଇଥିଲା l ପରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗର ବିଭିନ୍ନ ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ସେହିପରି କୃଷି ଉଦ୍ୟାନ ବିଭାଗ ର ହଳଦୀ, ଅଦା ଭଳି ବିଭିନ୍ନ ଉଦ୍ୟାନ ସଂପର୍କିତ ଉପରେ ବୈଠକ ରେ ବିଶେଦ ଭାବରେ ଆଲୋଚନା ହେବା ସହ ବିଧାୟକ ପ୍ରତିନିଧି ଭାବେ ଯୋଗ ଦେଇଥିବା ସୁଶାନ୍ତ ପ୍ରଧାନ ଉକ୍ତ ବିଭାଗ କୁ ଦାୟୀ କରିବା ସହ ବ୍ଲକର ଚାଷୀ ସରକାର ଙ୍କ ଥିବା ବିଭିନ୍ନ ଯୋଜନାରେ କିପରି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିଥିଲେ l ଏପରିକି କୃଷି ଉଦ୍ୟାନ ବିଭାଗ ସବୁ ବିଭାଗ ଠାରୁ ଭିନ୍ନ ଓ ଠକ ବିଭାଗ ଭାବେ ପରିଚିତ ହେଉଛି କାରଣ ଆଜିବି ଅନେକ ଚାଷୀ କୃଷି ଉଦ୍ୟାନ ବିଭାଗ ରୁ ସରକାରୀ ଯୋଜନା ରୁ ଅନେକ ଚାଷୀ ବଞ୍ଚିତ ଥିବା ଚାଷୀ ଙ୍କ ଅଭିଯୋଗ ମଧ୍ୟ ଆସୁଛି l ତେଣୁ ଆଗାମୀ ଦିନରେ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା l ଅନ୍ୟପଟେ ହରଭଙ୍ଗା ମେଡିକାଲ ରେ କାର୍ଯ୍ୟରତ ଥିବା ଆଟେଣ୍ଡ ଜିତେନ୍ ବଘାର ନିଜସ୍ୱ କାର୍ଯ୍ୟକ୍ଷେତ୍ର ଅନେକ ଅବହେଳା କରିବା ସହ ରାଜନୈତିକ କାର୍ଯ୍ୟ ରେ ଲିପ୍ତ ରହିବାଭଳି ଅଭିଯୋଗ ଆସିବା ଏବଂ ସରକାର ଙ୍କ ନୀତିନିୟମ କୁ ନମାନି ମନଇଚ୍ଛା କାର୍ଯ୍ୟ କରୁଥିବାନେଇ ଉକ୍ତ ଆଟେଣ୍ଡ ଙ୍କ ଉପରେ ତୁରନ୍ତ କାର୍ୟନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯିଥିଲା l ପାନୀୟଜଳ ଯୋଗାଣ, ମୃତିକା ସଂରକ୍ଷଣ,ସାଧାରଣ ବଣ୍ଟନ, ଭଳି ଆଦି ବିଭିନ୍ନ ବିଭାଗ ଉପରେ ଗୋଟି ଗୋଟି କରି ଆଲୋଚନା ହୋଇଥିଲା l ଅନ୍ୟପଟେ ସରକାର ଙ୍କ ଅନ୍ତର୍ଦୟ ଯୋଜନା କେଉଁ ହିତାଧିକାରୀ ଲାଭବାନ ହୋଇ ପାରିବେ ଜଣେ ସରପଞ୍ଚ କିଭଳି ହିତାଧିକାରୀ ଙ୍କୁ ଚିହ୍ନଟ କରିବେ ସେନେଇ ବିଧାୟକ ପ୍ରତିନିଧି ସରପଞ୍ଚ ଙ୍କୁ ଗାଇଡ଼ ଲାଇନ ଉପରେ ପଚାରିବାରୁ କୌଣସି ସରପଞ୍ଚ ସରକାର ଙ୍କ ଅନ୍ତୋର୍ଦୟ ଯୋଜନା ଉପରେ ଉତ୍ତର ଦେଇ ନପାରିବା କିମ୍ବା ସରକାର ଙ୍କ ଗାଇଡ଼ ଲାଇନ ଉପରେ ଜ୍ଞାନ ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ କାମ କର ଓ ସରକାର ଙ୍କ ବିଭିନ୍ନ ଗାଇଡ଼ ଲାଇନ ପଢିବାକୁ ଜନ ପ୍ରତିନିଧି ଙ୍କୁ ନିର୍ଦେଶ ଦେଇଥିଲେ ବିଧାୟକ ପ୍ରତିନିଧି ସୁଶାନ୍ତ ପ୍ରଧାନ l ଏବଂ ମାଧପୁର ରେଞ୍ଜ ରେ ବିନିକରଣ ନାମ ରେ ସରକାରୀ ଅର୍ଥ ବାଟମାରାଣ, କାମ୍ପା ଯୋଜନା ର ଦୁର୍ନୀତି ଭଳି ଅନେକ ଅଭିଯୋଗ ଆସିଛି l ତୁରନ୍ତ, 3 ବର୍ଷ ର ବିଭାଗ ର ସଠିକ କାର୍ଯ୍ୟ ବାବଦ କୁ ତାଲିକା ଗୃହ ରେ ଆଣିକି ପ୍ରଦାନ କରିବାକୁ ବିଭାଗ କୁ ବିଧାୟକ ନିର୍ଦେଶ ମଧ୍ୟ ଦେଇଥିଲେ l ବୈଠକରେ ବ୍ଲକର ସାଂସଦ ପ୍ରତିନିଧି ରବି ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍ ମିଶ୍ର ଙ୍କ ସମେତ ସମିତି ସଭ୍ୟ ଓ ସରପଞ୍ଚ, ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ

Related Articles

Back to top button