Breaking News

ପାଟଣାଗଡ଼ର ବହୁଚର୍ଚିତ ପାର୍ସଲବୋମା ବିସ୍ଫୋରଣର ରାୟ ପ୍ରକାଶ, ମାନ୍ୟବର କୋର୍ଟଙ୍କ ରାୟରେ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଓ ୫୦ହଜାର ଟଙ୍କା ଜୋରିମାନା, ଆଜୀବନ ଠାରୁ ଆହୁରି କଠୋର ଦଣ୍ଡରେ ଦଣ୍ଡିତ ହେବା ଦରକାର ଥିଲା- ସୌମ୍ୟଙ୍କ ଶ୍ଵଶୁର ସୁଦାମ ସାହୁ, ପୁଞ୍ଜିକାଲକୁ ଫାସି କିମ୍ବା ତଡପେଇ ତଡ଼ପେଇ ମାରିବା ଦରକାର-ସୁଦାମ ସାହୁଙ୍କ ଗାଁର ଲୋକେ,

କଣ୍ଟାମାଳ :-୨୮/୫/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)କିଏ ଜାଣିଥିଲା ପାର୍ଶଲ ଉପହାର ଏକ ମୃତ୍ୟୁର ଉପହାର। ବିବାହର ଦୁଇଦିନ ପରେ ଅର୍ଥାତ ବିବାହରେ ଯୋଗଦେଇଥିବା ବଂଧୁବାନ୍ଧବ ଚାଲିଗଲା ପରେ ନବବିବାହିତ ସ୍ୱାମୀସ୍ତ୍ରୀଙ୍କ ସହ ନିଜ ଆଈ ବେଶ ଖୁସିର ସହିତ ବନ୍ଧୁ, ପରିଜନ ଦେଇଥିବା ଉପହାରମାନ ଖୋଲି କିଏ କଣ ଦେଇଛି ସବୁ ଦେଖୁଥାନ୍ତି। ସେଥିମଧ୍ୟରୁ ପୂର୍ବରୁ କୋରିଅରରେ ଆସିଥିବା ପାର୍ଶଲ ଗିଫ୍ଟ ମଧ୍ୟ ଅନ୍ୟତମ। କିଏ ଜାଣିଥିଲା ଏହି ଗିଫ୍ଟ ହିଁ ଯମର ଉପହାର। ପାର୍ଶଲ ଖୋଲୁ ଖୋଲୁ ଏତେ ଜୋରରେ ବିସ୍ଫୋରଣ ହେଲା ଯେ ଆବାଜ ଶୁଣିବା ପୂର୍ବରୁ ଆଈ ଓ ନବବିବାହିତ ବରର ପ୍ରାଣ ଚାଲିଗଲା, ଗୁରୁତର ସହ ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ। ବର୍ତ୍ତମାନ ଏ ଘଟଣାଟି ଶୁଣିବା ଲୋକଙ୍କୁ ଗପ ଭଳି ଲାଗିପାରେ, କିନ୍ତୁ ସତ |ଏହି ଘଟଣାଟି ୨୦୧୮ ମସିହା ଫେବୃୟାରୀ ମାସ ୨୩ତାରିଖରେ ବିଧିର ବିଧାନ ଭାବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଦରର ବର ସୌମ୍ୟରଞ୍ଜନ ସାହୁଙ୍କ ସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡାଗ୍ରାମର ସୁଦାମ ସାହୁଙ୍କ ପାଳିତ କନ୍ୟା ରୀମା ରାଣୀଙ୍କ ସହିତ ବିବାହ ହୋଇଥିଲା।ଏହି ଲୋମହର୍ଷଣକାରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ପକ୍ଷ ରଖି ପାଟଣାଗଡ଼ ଏଡିଜେ କୋର୍ଟରେ ଦୀର୍ଘ ୭ ବର୍ଷ ହେବ ବିଚାରାଧିନ ଥିଲା । ଯାହାକି ଆଜି ମାନ୍ୟବର କୋର୍ଟଙ୍କ ରାୟରେ ପୁଞ୍ଜିଲାଲ ମେହେରଙ୍କୁ ଜୀବନ ଥିବା ଯାଏଁ ଜେଲରେ ରହିବେ ଓ ୫୦ହଜାର ଟଙ୍କା ଜୋରିମାନା ସଜା ଶୁଣାଇବା ପରେ ମୃତ ସୌମ୍ୟଙ୍କ ଶ୍ଵଶୁର ସୁଦାମ ସାହୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମାନ୍ୟବର କୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ସେ ଯେପରି ତିନୋଟି ଘରର ବସା ଉଜାଡ଼ି ଦେଇଛି ତାଠାରୁ ଅଧିକ ଦଣ୍ଡ ହେବା ଆବଶ୍ୟକ। ସେହିପରି ଘଣ୍ଟାପଡ଼ା ଗ୍ରାମର ଅଞ୍ଚଳବାସୀଙ୍କ ମତରେ ଫାସୀ ଦେବା ଦରକାର, ଯହି ଏହାଠାରୁ ଆଉ କୌଣସି କଠୋର ଦଣ୍ଡର ବ୍ୟବସ୍ଥା ଥାଏ .ତାହେଲେ ଏହି ରାୟ ଦେଇଥିଲେ ଆମେ ଖୁସି ହୋଇଥାନ୍ତୁ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button