Breaking News

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ର ଟନେଲ ପରିଦର୍ଶନ l

 

ବୌଦ୍ଧ( ଚିତ୍ତରଞ୍ଜନ ସିଂହ)
ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ
ଖୋର୍ଦ୍ଧା,- ବଲାଙ୍ଗୀର ରେଳ ପ୍ରକଳ୍ପ ର 4 ନମ୍ବର ଟନେଲ ର ଅଡ଼େନିଗଡ଼ ଠାରେ ହୋଇଥିବା ଗର୍ତ୍ତ ପରିଦର୍ଶନ କରିବା ସହିତ ଇଷ୍ଟକୋଷ୍ଟ ରେଳ ଉପ ମୁଖ୍ୟ ଯନ୍ତ୍ରୀ
ଶ୍ରୀ ରବି ପ୍ରକାଶ ଯାଦବ ଙ୍କ ସହିତ ଆଲୋଚନା କରିବା ସହିତ ରେଲ ଲାଇନ ତିଆରି କରୁଥିବା ଠିକା ସଂସ୍ଥା ର କର୍ମଚାରୀ ଓ ମୁଖ୍ୟ ମାନଙ୍କ ଉପସ୍ଥିତି ରେ ସରଜମିନ ତଦନ୍ତ ଓ ଆଲୋଚନା କରାଯାଇଥିଲା l ଏହି ଦୁର୍ଘଟଣା ଦୈବୀ ଦୁର୍ବିପାକ ଓ କୌଣସି ମୂତାହତ ହୋଇନଥିବା ଜଣା ପଡିଥିଲା ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟକ୍ରମ ଚାଲୁଥିବାର ଦେଖିବାକୁ ମିଳିଥିଲା ଆଜିର ଏହି ପ୍ରତିନିଧି ମଣ୍ଡଳ ରେ ସର୍ବ ଶ୍ରୀ ପ୍ରେମାନନ୍ଦ ମିଶ୍ର ଜିଲ୍ଲା ବିଜେପି ସଭାପତି ବୌଦ୍ଧ, ଶ୍ରୀ ବିପ୍ର ଚରଣ ମହାନ୍ତି, ସେବା ନିବୃତ୍ତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ବୌଦ୍ଧ, ଶ୍ରୀ ତାପସ କୁମାର ପଟନାୟିକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ, ଶ୍ରୀ ରବି ପ୍ରଧାନ ଜିଲ୍ଲା ଉପ ସଭାପତି, ଶ୍ରୀ ଶ୍ୟମାସୁନ୍ଦର ପୁରୋହିତ, ଜିଲ୍ଲା ଉପସଭାପତି, ଶ୍ରୀ ରାଜକୁମାର ମେହେର ଓ ଶ୍ରୀ ବ୍ୟୋମକେଶ ମହାପାତ୍ର ପୂର୍ବତନ ନଗର ମଣ୍ଡଳ ସଭାପତି ଓ କର୍ମଚାରୀ, ଜନ ସାଧାରଣ ଉପସ୍ଥିତ ଥିଲେ l

Related Articles

Back to top button