ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟଙ୍କ ଭବାନୀପାଟଣା ଗସ୍ତ


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ କଳାହାଣ୍ଡି ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ବନ ବିଭାଗ ଅଧିକାରୀ ମାନଙ୍କ ସହିତ ସାକ୍ଷାତ୍ କରି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ
ଆଇ.ଏଫ.ଏସ୍.ସନ୍ତୋଷ ଯୋଷୀଙ୍କ ସହିତ ଖରିଆର ବନଖଣ୍ଡ ଅଭିମୁଖେ ଗସ୍ତ କରିଥିଲେ । ଖରିଆର ବନଖଣ୍ଡ ବନ ବିଭାଗର ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଦାରଖ କରିବା ସହିତ, ବଲାଙ୍ଗିର ଅଭିମୁଖେ ଗସ୍ତ କରିଥିଲେ । ସେଠାରେ ସମସ୍ତ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟସବୁ ତଦାରଖ କରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ସୁରେଶ ପନ୍ଥ (ଆଇ.ଏଫ.ଏସ୍) ପୂର୍ବାହ୍ନରେ ବଲାଙ୍ଗିର ବନଖଣ୍ଡରୁ ବାହାରି କଳାହାଣ୍ଡିର ଅମାଠ ଠାରେ ପହଞ୍ଚିଥିଲେ । ସେଠାରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର , ଏ. ସି.ଏଫ. ଲିଲି ଅମାନ୍ୟତା ଓ କେସିଙ୍ଗା ରେଞ୍ଜ ଅଧିକାରୀଣି ସ୍ନିଗ୍ଧା ସରିତା ବଳିଆର ସିଂ ସ୍ବାଗତ କରି କସୃପଡ଼ା ସେକ୍ସନର ବନୀକରଣ କାର୍ଯ ତଦାରଖ କରିଥିଲେ । ତାପରେ କେସିଙ୍ଗା ସେକ୍ସନର ତହଁସିର ଗ୍ରାମରେ ହୋଇଥିବା ବନୀକରଣ କାର୍ଯ, ତହଁସିର ସ୍ଥାୟୀ ସେଣ୍ଟ୍ରାଲ ନର୍ସରୀ ଓ ବଗାଡ ସ୍ଥିତ ନୂତନ ଭାବରେ ନିର୍ମିତ ହୋଇଥିବା ଫରେଷ୍ଟ ଗାର୍ଡ କ୍ୱାର୍ଟର ଉଦ୍ଘାଟନ କରିଥିବା ବେଳେ, ଭବାନୀପାଟଣା ରେଞ୍ଜର କର୍ଲାପଡ଼ା ସେକ୍ସନର ତୁର୍ପି ଠାରେ ହୋଇଥିବା ବନୀକରଣ କାର୍ଯ୍ୟ ବୁଲି ଦେଖିଥିଲେ । ତାପରେ ଭବାନୀପାଟଣା ଭଟାଙ୍ଗ ପଦର୍ ସେକ୍ସନର ରାବଣ ଦର ୱାଟର ଫଲ୍ ବୁଲିବା ସହିତ ଅପରାହ୍ନରେ ଦେପୁରର ସିନାଙ୍ଗଭଟା ବନ ସଂରକ୍ଷଣ ସମିତିକୁ Green India Mission Scheme ରେ ବଡ଼ି ତିଆରି କରିବା ମେସିନ୍, ପେପର ପ୍ଲେଟ ତିଆରି କରିବା ମେସିନ୍ ବଣ୍ଟନ କରି ଜଙ୍ଗଳ, ଜୀବିକା ଓ ପରିବେଶ ରକ୍ଷା କରିବା ପାଇଁ ବନ ସଂରକ୍ଷଣ ସମିତିର ମହିଳା ଓ ପୁରୁଷ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ପରେ ଭବାନୀପାଟଣାର ସିର୍ଲିଗୁଡ଼ା ସ୍ଥିତ ମେଗା ନର୍ସରୀ ଓ ସେଠାରେ ତିଆରି ହେଉଥିବା ହାତୀ ସୁରକ୍ଷା ଓ ଚିକିତ୍ସା କେନ୍ଦ୍ରର କାର୍ଯ୍ୟ ଦେଖିଥିଲେ ଏବଂ ଭବାନୀପାଟଣା ରେଞ୍ଜ ଅଫିସକୁ ଆସି ରାପିଡ ରେଷ୍ପଂଶ ସେଣ୍ଟର୍ ବୁଲି ଦେଖିଥିଲେ।ଏହି ସମୟରେ ଓଡ଼ିଶା ଅଣଗେଜେତେଡ଼ ବନ ସଂଘର ରାଜ୍ୟ ଉପ-ସଭାପତି ଭବାନୀ ଶଙ୍କର ପରିଚ୍ଛାଙ୍କ ସମେତ କଳାହାଣ୍ଡି ଉତ୍ତର ବନଖଣ୍ଡ ସଂଘ ସଭାପତି ଗୁନି ମହାରଣା, ସହ ସଂପାଦିକା ଜ୍ୟୋତ୍ସ୍ନା ରାଣୀ ବେହେରା, କୋଷାଧ୍ୟକ୍ଷ ମାନସ ରଞ୍ଜନ ସାହୁ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ସଂଘ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ଉପ-ସଭାପତି ଚିନ୍ମୟ କୁମାର ଦାସ, ସମ୍ପାଦକ ସୁଚିତ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ବ୍ରଜ ସୁନ୍ଦର ବେହେରା ପ୍ରମୁଖ ସୌଜନ୍ୟ ମୂଳକ ଭାବେ ସାକ୍ଷାତ୍ କରି ବିଭାଗୀୟ କର୍ମଚାରୀ ମାନଙ୍କ ସୁବିଧା, ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




