Breaking News

ସ୍ନାତକ ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ସ୍ନାତକ ପରୀକ୍ଷାରେ ସ୍ଥାନୀୟ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳ ପ୍ରଦର୍ଶନ କରିଛନ୍ତି। ଛାତ୍ରୀ ସ୍ନେହା ସୁଚିତ୍ରା ମୁଣ୍ଡ ବିବିଏ ବିଭାଗରେ ଓ ପ୍ରିୟଙ୍କା ମାଝି ବିସିଏ ବିଭାଗ ରେ ବିଶ୍ବବିଦ୍ୟାଳୟ ଟପ୍ପର ହୋଇଛନ୍ତି।ଏହାସହ ଉକ୍ତ ବିଭାଗର ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି।ସେହିପରି ଗଣିତ ବିଭାଗରେ ଶିବାନୀ ମିଶ୍ର ୯.୩୬ ସିଜିପିଏ ଗ୍ରେଡ ମାର୍କ ଓ ଅନ୍ଵେଷା ସାହୁ ୯.୧୯ ସିଜିପିଏ ଗ୍ରେଡ ମାର୍କ ରଖିଥିବା ବେଳେ ପ୍ରାଣୀ ବିଜ୍ଞାନ ବିଭାଗରେ ପ୍ରେରଣା ନନ୍ଦ ୯.୦୦ ସିଜିପିଏ ଗ୍ରେଡ ମାର୍କ ଅର୍ଜନ କରିଛନ୍ତି ।ଏପଟେ ବିଜ୍ଞାନ ବିଭାଗରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ନିପୁଣତାର ସହିତ ପାସ କରି ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ,ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର,ଶିକ୍ଷା ପ୍ରଭାରୀ ଡି.ବିଜୟା,ବିକାଶ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟା ଡି.ପଦ୍ମିନୀ, ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ .ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦୀପ୍ତ ଜେନା,ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button