Breaking News

ବିଦ୍ୟୁତ ସର୍ଟ ରେ ଆଘାତ ମାଙ୍କଡ ଉଦ୍ଧାର

ତା.28.5.2025 ରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଶମ୍ଭୁ ନଗର ପଡ଼ା ସ୍ଥିତ ମଙ୍ଗଳା ମନ୍ଦିର ପାଖ ରବି ଚନ୍ଦ୍ର ଆରୁଖଙ୍କ ଘରେ 27 ତାରିଖ ସନ୍ଧ୍ୟା 5 ଟାରେ ମାଙ୍କଡ଼ ଛାତ ଉପର ଥିବା ଗୋଟିଏ କୋଠରୀରେ ମାଙ୍କଡ଼ ଲୁଚି ରହିଥିବା ସୂଚନା ପାଇଥିଲେ।ମାଙ୍କଡ଼କୁ ଘରେ ଲୋକ ଯେତେ ଘୋଡାଇଲେ ମଧ୍ୟ ସେ ଜାଗାରୁ ଯାଉ ନଥିଲା, କିଛି ଖାଇବା ଦେଲେ ମଧ୍ୟ ଖାଉ ନଥିଲା ଏବଂ ରାତିରେ ଗୋଟିଏ ଘର ର କୋଠରୀରେ ମାଙ୍କଡ଼ ଲୁଚି କି ରହିଥିଲା। ଘରର ଲୋକେ ଭୟଭୀତ ଅବସ୍ଥାରେ ଥିଲେ, କାଳେ ମାଙ୍କଡ଼ କିଛି ଅନିଷ୍ଟ ବା ଆଘାତ କରିବା ଭୟରେ ରାତି ସାରା ଶୋଇ ନ ଥିଲେ। ସକାଳେ ଘରେ ଲୋକ କଳାହାଣ୍ଡି ଉତ୍ତର ବନଖଣ୍ଡ ଉଦ୍ଧାରକାରୀ ଦଳକୁ ଜଣେଇବା ପରେ ପହଂଚି କିଛି ସମୟର ବ୍ୟାବଧାନରେ ମାଙ୍କଡ଼କୁ ଉଦ୍ଧାର କରିଥିଲେ। ଉଦ୍ଧାର ମାଙ୍କଡ଼କୁ ମଶାଣି ଘାଟ ସ୍ଥିତ ଗଛ ଥିବା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନୀୟ ଲୋକ କହିବା ଅନୁଯାୟୀ ମାଙ୍କଡ଼ ବିଦ୍ୟୁତ୍ ସର୍ଟ ଖାଇ ଆଘାତ ହେଲା ପରେ ପାଖରେ ଥିବା ରବିଚନ୍ଦ୍ର ଆରୁଖଙ୍କ ଘରର ଛାତରେ ଥିବା କୋଠରୀରେ ଲୁଚି ରହିଥିଲା। କାହାକୁ କିଛି ଅନିଷ୍ଟ ଆଘାତ କରି ନ ଥିବା ଜଣା ପଡ଼ିଛି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button