Breaking NewsEducation

ଡି.ଇ.ଓ.ସସ୍ମିତା ବିଶ୍ୱାଳଙ୍କ ପୁନଃ ନିଯୁକ୍ତିକୁ ସ୍ୱାଗତ ଜଣେଇଲେ ତିର୍ତ୍ତୋଲ ଶିକ୍ଷାମଣ୍ଡଳର ଶିକ୍ଷକ ଶିକ୍ଷୟିତ୍ରୀ ମାନେ !!


++++++++++++++++++++++
ତିର୍ତ୍ତୋଲ ::- କଥାରେ ଅଛି ସତ୍ୟ ଧର୍ମର ଜୟ ଯୁଗେଯୁଗେ ଥିଲା, ଅଛି ରହିବ ମଧ୍ୟ ! କବୀରଦାସ ଙ୍କ ଉକ୍ତି ଅନୁସାରେ ଯୋ ତାକେ କଣ୍ଟେ ବୁବେ ତାହି ବୁବେ ତୂ ଫୁଲ, ତେରେ ଫୁଲ ତେରା ହୈ, ବାକି ହୈ ତ୍ରିଶୂଲ “!ଯିଏ ଯେତେ ହୀନ ଚକ୍ରାନ୍ତ କରି ଜଣେ ସଚ୍ଚୋଟ ବ୍ୟକ୍ତିଙ୍କୁ ଦୁଃଖରେ ପକେଇବାକୁ ଚାହିଁଲେ ବି ଈଶ୍ୱର ଯାହାର ସପକ୍ଷ ତାର ବିପକ୍ଷ କେହି ହୋଇପାରିବେ ନାହିଁ !ଏମିତି ଏକ ସତ୍ୟ କାହାଣୀ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିକାରୀଙ୍କ ଅଫିସରେ !ଖବର ଅନୁସାରେ ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଫିସରେ ଡାଟା ଅପରେଟର ଭାବେ କାର୍ଯ୍ୟ କରୁଥିବା ଶସ୍ମିତା ବିଶ୍ୱାଳଙ୍କୁ ଦୁଇମାସ ପୂର୍ବରୁ,କେତେଜଣ ହୀନ ଚକ୍ରାନ୍ତକାରୀ ସ୍ୱାର୍ଥପର କର୍ମଚାରୀଙ୍କ ଭିତ୍ତିହୀନ ଅଭିଯୋଗ କ୍ରମେ ବିନା ତଦନ୍ତରେ ଓ ବିନା ପ୍ରମାଣରେ ଆକସ୍ମିକ ଭାବେ କାର୍ଯ୍ୟରୁ ନିଲମ୍ବନ କରାଯାଇ ଥିଲା !ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ମଧ୍ୟରେ ଥାଇ ବି ସାହସ ଓ ଧର୍ଯ୍ୟହରା ନହୋଇ ନିଜ କର୍ମ ଉପରେ ବିଶ୍ୱାସ ରଖିଥିବା ଶସ୍ମିତା ଙ୍କ ସ୍ୱଚ୍ଛ କାର୍ଯ୍ୟଦକ୍ଷତା ତାଙ୍କୁ ପୁନର୍ବାର ବ୍ଲକ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟରେ ପୁନଃ ଅବସ୍ଥାପିତ କରାଇପାରିଛି !ସତ୍ୟ ଧର୍ମର ବିଜୟ ହୋଇଛି, ପରାଜୟ ହୋଇଛି ସ୍ୱାର୍ଥନ୍ଵେସୀ ମିଥ୍ୟା ଅଭିଯୋଗ କାରୀଙ୍କର !ପୁନଃ ନିଯୁକ୍ତି ପତ୍ର ପାଇବାପରେ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ଙ୍କ ଉପସ୍ଥିତିରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ଶସ୍ମିତା ବିଶ୍ୱାଳ !ଏହି ଖବର ପାଇବା ପରେ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଆରମ୍ଭ କରି ପାଚିକା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ସୁଭେତ୍ସା ର ସୁଅ ଛୁଟିବାରେ ଲାଗିଛି !ଏପରିକି କେତେକ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟକ୍ତିଗତ ଭାବେ ମଧ୍ୟ ଶସ୍ମିତା ଙ୍କୁ ଭେଟି ସୁଭେତ୍ସା ଜ୍ଞାପନ କରିଛନ୍ତି !ଯୋଉ ମାନଙ୍କ ମିଥ୍ୟା ଅଭିଯୋଗ କ୍ରମେ ଶସ୍ମିତା ବିଶ୍ୱାଳ କାର୍ଯ୍ୟ ହରେଇ ଥିଲେ,ସେମାନଙ୍କ ନିଧିଆ ବୁଢାର ବାରିପଟ ବିଚାର ପରି ଫସରଫାଟି ଯାଇ ଥିବାର କେତେକ ଶିକ୍ଷକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉ ଥିବାର ଶୁଣିବାକୁ ମିଳିଛି !ଡାଟା ଅପରେଟର ଙ୍କ ଅଭାବରୁ ବହୁ କାର୍ଯ୍ୟ ଅଧୁରା ଥିଲା, ତାହା ସୁରୁଖୁରୁରେ ହୋଇପାରିବ ଓ କିଛି ଅସୁବିଧା ହେବନାହିଁ ବୋଲି ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି !ଏ ସମ୍ବନ୍ଧରେ ଆମ ପ୍ରତିନିଧି ଶସ୍ମିତା ବିଶ୍ୱାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ , ନିଜର ସଛୋଟ ପଣିଆ ସକାଶୁ ସତ୍ୟ ଓ ଧର୍ମର ଜୟ ହୋଇଛି ବୋଲି କହିବା ସହିତ , ଶିକ୍ଷାଧିକାରୀ ଅକ୍ଷୟ ସାର ଙ୍କ ସ୍ୱଚ୍ଛ ତଦନ୍ତାତ୍ମକ କାର୍ଯ୍ୟ କୁ ସମ୍ମାନ ଜଣାଇଛନ୍ତି, ଏବଂ ବ୍ଲକ ଶିକ୍ଷାମଣ୍ଡଳ ଅଧୀନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାର୍ଥ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ଜଣାଇବା ସହିତ ଆଉ ଅଧିକ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button