Breaking NewsSports

ଫୁଲ ମଣି ଦେଶ ଉଲ୍ଲୀ ଆନୁକୁଲ୍ୟରେ ୧୭ ତମ ବାର୍ଷିକ ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ଛତିଆ,୧୯।୭,(ନି: ପ୍ର); ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଧିନ ପାରିଆ ପଞ୍ଚାୟତ ନିମ ଢିୟ ଠାରେ ଅନ୍ତ୍ ଜିଲ୍ଲା ଫୁଟ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ କଟକ, ଢ଼େଙ୍କା ନାଳ, ଯାଜପୁର ପ୍ରମୁଖ ଜିଲାଳରୁ ୩୦ ଗୋଟି ଦଳ ଭାଗ ନେଇଥିବା ବେଳେ, ଫୁଲ ମଣି ଦେଶା ଉଲ୍ଲି କ୍ଳବ୍ ନିମ ଢି ୟ ଆନୁକୁଲ୍ୟରେ ୫ ଦିନଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ତିମ ଦିନରେ ଫାଇନାଲ ରେ କଳିଙ୍ଗ ନଗର ଟିମ୍ ବିଜୟ ଲାଭ କରି ଥିବା ବେଳେ , ନିମ୍ଢଢ଼ିୟ ଦ୍ଵିତୀୟ ସ୍ଥାନ,ହରିଡା ପାଳ ଟିମ୍ ତୃତୀୟ ଓ ଯାଜପୁର ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର୍ ନାୟକ ଯୋଗ ଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଜଗମୋହନ ହେମ୍ରମ, ମହାନ୍ତି କଣ୍ଡକେଲ, ସୁର ତିରିଆ, କାଣ୍ଡ ବାଲ ମୁଛ, ସିରି ତୀରିଆ, ଜଦୁ ମୁଣ୍ଡା, ଯୋଗ ଦେଇ ଥିଲେ, ୪ ଜଣ ରେଫ୍ରି ଭଦ୍ରକରୁ ଆସିଥିବା ବେଳେ, ବିଜୟ ଟିମ୍ ମାନଙ୍କୁ ମାନ ସ୍ୱରୂପ ଫାଷ୍ଟ ପ୍ରାଇଜ ୨୦ ହାଜର, ଦ୍ଵିତୀୟ ସ୍ଥାନ ଦଳ ୧୫ ହଜାର, ତୃତୀୟ ପ୍ରାଇଯ ୧୦ ହଜାର,ଓ ଚତୁର୍ଥ ପ୍ରାଇଜ୍ ୧୦ ହଜାର ଲେଖାଏଁ ଆର୍ଥିକ ଅନୁଦାନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା। ଏହି ପ୍ରତି ଯୋଗିତା ୫ ଦିନ ଧରି ଅନୁଷ୍ଠାନ ପକ୍ଷରୁ ଚାଲୁ ରହି ଥିବା କହି ଛନ୍ତି ସ୍ଥାନୀୟ ସରପଞ୍ଚ ବେଣୁ ଧର ବିଶ୍ଵାଳ। ଏହି ଉଦଯାପନୀ ଉତ୍ସବ ରେ ଆଦିବାସୀ ନୃତ୍ୟ ସହିତ ମାଦଳ ବାଦ୍ୟ ରେ ଶତାଧିକ ଆଦିବାସୀ ମାନେ ଯୋଗ ଦେଇ ଥିଲେ।

Related Articles

Back to top button