Breaking NewsEducation

ଏକଦିବାସୀୟ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ 

 

 

ହରଭଙ୍ଗା (ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର ଦିନ ଆଇ.ସି.ଡ଼ି.ଏସ ଆନୁକୂଲ୍ୟରେ ଏକଦିବାସୀୟ ବାଳିକା ଆତ୍ମାରକ୍ଷା ପ୍ରିଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ABEO ଙ୍କ ସମେତ ଜିଲ୍ଲା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ପ୍ରବିଜ୍ଞା ଦାସ, ବାଳିକା ଶିକ୍ଷା ସଂଯୋଜିକା ରାଜଲଷ୍ମୀ ପଣ୍ଡା ଯୋଗଦାନ କରିଥିଲେ। ଦୁଇଜଣ ମାଷ୍ଟର ଟ୍ରେନର 160 ଜଣ ବାଳିକାଙ୍କୁ ଆତ୍ମରକ୍ଷା କୌଶଳ ଓ ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ହରଭଙ୍ଗା ଆସି. ଡି. ଏସ ର ସମସ୍ତ ସୁପରଭାଇଜର, ମିଶନ ଶକ୍ତି ବିଭାଗ ର ସମସ୍ତ କର୍ମକର୍ତ୍ତା, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Related Articles

Back to top button