ମହିଷାସୁରଙ୍କ ନିଧନ ପରେ କଲରାକୋଠା ମହିଷାସୁର ଦରବାର ଉଦଯାପିତ ।


ଚୁଲବୁଲି ନାୟିକା ସିମରନଙ୍କ ନାଚଗୀତରେ ଦୁଲୁକିଲା ପଡ଼ିଆ
କଣ୍ଟାମାଳ ,୨୫/୧୦ / ୨୫ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ୟୁଥ ଫ୍ରେଣ୍ଡସ ଆସୋସିଏସନ କଲରାକୋଠା ଦ୍ୱାରା ଶନିବାର ସଂଧ୍ୟାରେ ଆୟୋଜିତ ୩୭ତମ ଶାରଦୀୟ କାଳୀପୂଜା ଅବସରରେ ମହିଷାସୁର ଦରବାର ର ଅନ୍ତିମ ସନ୍ଧ୍ୟାର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହିଷାସୁର ଦରବାରରେ ରାଜକୀୟ ମୁଖ୍ୟଅତିଥି ଭାବେ ପୂର୍ବ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜିବୀ ରାଧାବଲ୍ଲଭ ପ୍ରଧାନ, କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘର ଉପସଭାପତି ପ୍ରଭାତ କୁମାର ସାହୁ, ସମାଜସେବୀ ସନମ ଗୁରୁ, କମିଟି ସଂପାଦକ ପ୍ରକାଶ ରଣା, କୋଷାଧ୍ୟକ୍ଷ ତରଣୀସେନ ସାହୁ ପ୍ରମୁଖ ଯୋଗଦେଇ ଦରବାରର ଆୟୋଜନ ଓ ଅଂଚଳର ମହାନ କଳା ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସେହି ପର ବିଶେଷ ଆକର୍ଷଣ ପାଇଁ ଚୁଲବୁଲି ନାଲିକା ସିମରନ ଶର୍ମିଷ୍ଠା ଦାସଙ୍କ ନାଚଗୀତରେ ଦର୍ଶକ ବିଳମ୍ବିତ ରାତ୍ର ପର୍ଯନ୍ତ ହଜାର ହଜାର ଦର୍ଶକ ଝୁମିଲେ । ଧରଣୀସେନ ସାହୁ ଦରବାର ପରିଚାଳନା କରିଥିଲେ l ଏହିଅବସରରେ ମହିଷାସୁର ଙ୍କ ଦ୍ୱାରା ସମସ୍ତ ଅତିଥିମାନଙ୍କୁ ଉପଢୌକନ ଓ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ତିମ ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ଦ୍ଵାରା ମହିଷାସୁରଙ୍କ ନିଧନ ପରେ ଦରବାର ଉଦଯାପିତ ହୋଇଯାଇଛି। ମହିଷାସୁର ଭୂମିକାରେ ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ କଳାକାର ସୁଶୀଲ କୁମାର ମେହେର ଙ୍କ ଅଭିନୟ କୁ ଦର୍ଶକମାନେ ଭୁୟସୀ ପ୍ରଶଂସା କରିଥିଲେ l ତାଙ୍କୁ କମିଟି ତରଫରୁ ଲାଇଫ ଟାଇମ ଏଚିମେଣ୍ଟ ସମ୍ମାନରେ ସମ୍ମାନୀତ କରାଗଲା। କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ସମେତ ପୂଜା କମିଟି ସଦସ୍ୟ ଓ ପୋଲିସ ଙ୍କ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକମାନେ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ମିନାବଜାର ବୁଲିବା ସହ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।ସମସ୍ତ କମିଟି ସଦସ୍ୟ ସହଯୋଗ କରିଥିଲେ। ରବିବାର ସକାଳୁ ଭଷାଣୀ ପର୍ବରେ ଏକ ବିରାଟ ପଟୁଆରରେ ସୁସଜ୍ଜିତ ରଥରେ ନାଚଗୀତ, ଦୁଲଦୁଲି, ଶଙ୍ଖ ଘଣ୍ଟ ଧ୍ବନୀ ସହ କଲରାକେଠାରୁ କଣ୍ଟାମାଳ ପ୍ରାୟ ୫କି.ମି. ପରିକ୍ରମାରେ ନିକଟସ୍ଥ ତେଲ ନଦୀର ଗର୍ଭରେ ବିସର୍ଜନ କରି ମା’ଶ୍ୟାମାକାଳୀଙ୍କୁ ବିଦାୟ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




