Entertainment
ଜୟ ଶ୍ରୀ କୃଷ୍ଣ

ଜୟ ଶ୍ରୀ କୃଷ୍ଣ
ତୁମେ ଓଁକାର ତୁମେ ଶବ୍ଦ ନାଦ
ତୁମେ ସୃଷ୍ଟି ସ୍ରଷ୍ଟା ଆଦି ଅନ୍ତ
ତୁମେ ରାମ ତୁମେ ଶ୍ୟାମ ତୁମେ
ବାସୁଦେବ ଜଗନ୍ନାଥ ।
ତୁମେ ଅକ୍ଷର ତୁମେ ଶବ୍ଦ ତୁମେ ଭାବ
ତୁମେ ଗୀତା ଭାଗବତ
ଚତୁଃର୍ଵେଦ ତୁମେ ପୁରାଣ ଶାସ୍ତ୍ର
ତୁମେ ଶ୍ରୀମଦ୍ ଭାଗବତ୍ ।
ତୁମେ ପରଂବ୍ରହ୍ମ ତୁମେ ଜଗତ ପିତା
ତୁମ ମୁଖରୁ ଶାସ୍ତ୍ର ନିଃସୃତ
ଭାଦ୍ରବ ମାସ ପୂର୍ଣ୍ଣିମା ରେ ତୁମେ
ଜନ୍ମ ଶ୍ରୀମଦ୍ ଭାଗବତ।
ଯେତେ ପଢିଲେ ସେତେ ମହୁ ଝରଇ
ଜ୍ଞାନ ଅନଳ ଜାତ ପାତକ ଦହଇ
ବ୍ରହ୍ମକୁ ବ୍ରହ୍ମରେ ପରଖି ଜଗତ ବ୍ରହ୍ମ
ମୟ ହୋଇ ଯାଇ।
ତତ୍ୱ ଜାଣିଲେ ଭ୍ରାନ୍ତି ଦୂର ହୋଇ
ଭବ ସାଗରରୁ ତରି ଯାଇ
ମନକୁ କରେ ନିର୍ମଳ ନିତ୍ୟ ଅଭ୍ୟାସ
ରେ ହେ ସାଧୁଜନ।
ଜୟ ଶ୍ରୀ କୃଷ୍ଣ @🙏🏻
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର