ଇଫୁନା ଓ ଉଫୁନା ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ -୨୦୨୫ ପାଳିତ


ଢେଙ୍କାନାଳ : ତା.୨୧.୦୯.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ -୨୦୨୫” ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାକୁ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଅଭାସୀ ମାଧ୍ୟମରେ ଯୋଗଦେଇ ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ କହିଲେ ଯେ ୨୦୨୫ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ବିଶ୍ୱ ଶାନ୍ତି ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପରିବେଶବିତ୍ ଉପେନ୍ଦ୍ର ରାଉତ ସ୍ଵୀୟ ବକ୍ତବ୍ୟରେ ମୋ ବିଶ୍ଵର ଶାନ୍ତି ସ୍ଥାପନ,ମୋ ଦାୟୀତ୍ଵ।ବିଶ୍ୱ ଶାନ୍ତି ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ସମସ୍ତ ଜନସଂଖ୍ୟାର ଶାନ୍ତି ଓ ସର୍ବାଙ୍ଗୀନ ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ।ସମାଜବାଦୀ ନେତା ସରୋଜ ଶତପଥି ଅନ୍ୟତମ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ବିବେକାନୁମୋଦିତ ବିଶ୍ୱ ଅଶାନ୍ତି ନିୟନ୍ତ୍ରଣ ହିଁ ସର୍ବୋତ୍ତମ ଫଳଦାୟୀ ଜୀବନ।ବିଶ୍ୱ ଶାନ୍ତି ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ବିଶ୍ୱ ଶାନ୍ତି ହିଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବସନ୍ତ କୁମାର ବିଶ୍ବାଳ ସ୍ଵୀୟ ବକ୍ତବ୍ୟରେ ସାରା ବିଶ୍ବରେ ଶାନ୍ତି,ସୌହାର୍ଦ୍ଦ୍ୟ ଓ ଅହିଂସାର ପ୍ରସାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି।ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବିଶ୍ୱରେ ଅଶାନ୍ତ ଓ ଅରାଜକତାର ବାତାବରଣ ଦେଖାଯିବା ସହ ସାମ୍ପ୍ରଦାୟିକ ହିଂସା ଭଳି ଘଟଣା ଦେଖା ଯାଉଥିବାରୁ ଏହି ଦିବସ ପାଳନର ଗୁରୁତ୍ୱ ବଢ଼ିଯାଇଛି ବୋଲି ଦୃଢ଼ ମତ ପୋଷଣ କରିଥିଲେ।ସମ୍ପାଦକ ବାହାଦୂର ପାଟ୍ଟସାହାଣୀ,ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ସାମରିକ କର୍ମକର୍ତ୍ତା ବିପିନ ବିହାରୀ ବେହେରା,ଲକ୍ଷ୍ମୀଧର ଶତପଥୀ,ତରୁଣ କୁମାର ବିଶ୍ବାଳସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ପ୍ରେମାନନ୍ଦ ଶତପଥୀ, ବରିଷ୍ଠ ସମାଜସେବୀ ବିନୟ କୁମାର ସାହୁ,କର୍ମଚାରୀ ନେତା ଗୋକୁଳ ଚନ୍ଦ୍ର ପଣ୍ଡା,ଇଂଜିନିୟର ଯୁଧିଷ୍ଠିର ସାହୁ,ପ୍ରଧ୍ୟାପିକା ମାନସୀ କର,ଆଡ୍ ଭୋକେଟ୍ ଉପମା ସାମଲ,ଡ.ଅନୁପମା ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ।ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ।ଶାନ୍ତିର ଗୁରୁତ୍ୱକୁ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥାଏ।ଏଥିପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ସରକାର ହାତକୁ ନେବା ଦରକାର।ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜେ ହିଁ ନିଜ ପରିବାରର ଅଶାନ୍ତିର କାରଣ ହୋଇଥାନ୍ତି। ଆଜି ବିଶ୍ଵ ଶାନ୍ତି ଦିବସ ଅବସରରେ ସଚେତନତା ଦ୍ବାରା ସୁସ୍ଥ ନିରାମୟ ଜୀବନ ଗଠନ ପାଇଁ ନିଜ ଦାୟିତ୍ବ ପ୍ରତି ସଚେତନ ରହିବାର ଉପଯୁକ୍ତ ଦିବସ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ସାମ୍ରାଜ୍ୟ ବାଦୀ ରାଷ୍ଟ୍ର ଆମେରିକା,ରୁଷିଆ ପ୍ରଭୃତି ଦେଶ ମାନଙ୍କ ନେତୃତ୍ୱ ଓ ପ୍ରୋତ୍ସାହନ ପାଇଁ ବିଶ୍ୱରେ ଯୁଦ୍ଧ ଘନଘଟା ଲାଗିରହିବା ଫଳରେ ବିଶ୍ଵଶାନ୍ତି ବ୍ୟାହତ ହେଉଛି।ଯୁଦ୍ଧମୁକ୍ତ ବିଶ୍ଵ ହିଁ ବିଶ୍ଵ ଶାନ୍ତି ପ୍ରତିଷ୍ଠାର ପ୍ରଥମ ପାହାଚ।ପ୍ରତିବର୍ଷ,୨୧ ସେପ୍ଟେମ୍ବରରେ ‘ଆନ୍ତର୍ଜାତୀୟ ଶାନ୍ତି ଦିବସ’ ପାଳନ କରାଯାଏ ।ମିଳିତ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ,ଅସନ୍ତୋଷ ଏବଂ ଅଶାନ୍ତିରୁ ବଞ୍ଚିତ ଏକ ବିଶ୍ୱ ପାଇଁ ଆମର ମିଳିତ ଆକାଂକ୍ଷାକୁ ଦର୍ଶାଏ।ମିଳିତ ଜାତିସଂଘର ସାଧାରଣ ସଭାର ଘୋଷଣାନାମା ଏବଂ ଶାନ୍ତି ସଂସ୍କୃତି ଉପରେ କାର୍ଯ୍ୟକ୍ରମର ୨୬ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଛି ଚଳିତ ବର୍ଷ ।ସେହି ଘୋଷଣାନାମାରେ ମିଳିତ ଜାତିସଂଘର ସବୁଠାରୁ ଅନ୍ତର୍ଭୂକ୍ତ ସଂସ୍ଥା ସ୍ଵୀକାର କରିଛି ଯେ ଶାନ୍ତି କେବଳ ଦ୍ୱନ୍ଦ୍ୱର ଅନୁପସ୍ଥିତି ନୁହେଁ,ବରଂ ଏକ ସକରାତ୍ମକ,ଗତିଶୀଳ ଅଂଶଗ୍ରହଣ ପ୍ରକ୍ରିୟା।ଆମେ ବୁଝିବାକୁ ହେବ ଯେ,ପାରସ୍ପରିକ ବୁଝାମଣା ଏବଂ ସହଯୋଗର ଭାବନାରେ ଦ୍ୱନ୍ଦ୍ୱ ସମାଧାନ ହୁଏ।ଭୌଗୋଳିକ ଓ ରାଜନୈତିକ ତିକ୍ତତା ଏବଂ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ବିଶ୍ଵରେ,ଶାନ୍ତି ସଂସ୍କୃତି ପାଇଁ ଆବଶ୍ୟକ ମୂଲ୍ୟବୋଧ ସ୍ଥିର କରିବାକୁ ୧୯୯୯ରେ ମିଳିତ ଜାତିସଂଘ ସାଧାରଣ ସଭା କିପରି ଏକାଠି ହେଲା ତାହା ମନେ ରଖିବା ପାଇଁ ଆଜି ଭଳି କେବେ ଭଲ ସମୟ ଆସି ନାହିଁ।ଏଗୁଡିକ ଅନ୍ତର୍ଭୁକ୍ତ କରେ: ଜୀବନ ପ୍ରତି ସମ୍ମାନ,ମାନବିକ ଅଧିକାର ଏବଂ ମୌଳିକ ସ୍ୱାଧୀନତା; ଶିକ୍ଷା,ସଂଳାପ ଏବଂ ସହଯୋଗ ମାଧ୍ୟମରେ ଅହିଂସାକୁ ପ୍ରୋତ୍ସାହିତ କରିବା;ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧତା ଏବଂ ସ୍ୱାଧୀନତା,ନ୍ୟାୟ,ଗଣତନ୍ତ୍ର, ସହନଶୀଳତା,ଏକତା,ସହଯୋଗ,ବହୁ ବିବାହ,ସାଂସ୍କୃତିକ ବିବିଧତା,ସଂଳାପ ଏବଂ ବୁଝାମଣାକୁ ସମାଜର ସମସ୍ତ ସ୍ତରରେ ଏବଂ ରାଷ୍ଟ୍ର ମଧ୍ୟରେ ପାଳନ କରିବା।ଅନୁସରଣ ସଂକଳ୍ପଗୁଡିକରେ,ସାଧାରଣ ସଭା ପରସ୍ପର ବିରୁଦ୍ଧରେ ନୁହେଁ ବରଂ ମିଳିତ ଭାବରେ କାର୍ଯ୍ୟ କରିବା ଏବଂ ଆଲୋଚନା କରିବାର ଗୁରୁତ୍ୱକୁ ଅଧିକ ସ୍ୱୀକୃତି ଦିଏ।ମିଳିତ ଜାତିସଂଘର ଶିକ୍ଷା,ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ର ସମ୍ବିଧାନ ଏହି ଧାରଣା ସହିତ ଆରମ୍ଭ ହୋଇଛି ଯେ “ପୁରୁଷମାନଙ୍କ ମନରେ ଯୁଦ୍ଧ ଆରମ୍ଭ ହୁଏ ତେଣୁ ପୁରୁଷଙ୍କ ମନରେ ଶାନ୍ତିର ପ୍ରତିରକ୍ଷା ନିର୍ମାଣ ହେବା ଆବଶ୍ୟକ।ଏହି ଧାରଣା ହିଁ ଆନ୍ତର୍ଜାତୀୟ ଶାନ୍ତି ଦିବସର ଏହି ବର୍ଷର ଉତ୍ସବର ଥିମ୍ ଏବଂ ଲୋଗୋ ତିଆରି କରିଛି।ଦେଶ ତଥା ପିଡି ପିଡି ମଧ୍ୟରେ ଆନୁଷ୍ଠାନିକ ତଥା ଅନୈପଚାରିକ ଶିକ୍ଷା ମାଧ୍ୟମରେ ଶିଶୁ ଏବଂ ସମ୍ପ୍ରଦାୟର ମନରେ ଶାନ୍ତିର ଚିନ୍ତାଧାରା,ଶାନ୍ତି ସଂସ୍କୃତି ଜାତ କରାଯିବା ଆବଶ୍ୟକ।ଆନ୍ତର୍ଜାତୀୟ ଶାନ୍ତି ଦିବସର ସର୍ବଦା ଏକ ଧାରଣା ଯେ,ଅସ୍ତ୍ରଶସ୍ତ୍ରକୁ ବିଶ୍ରାମ ଦେବା ଏବଂ ଅସ୍ତ୍ରବିରତି ପାଳନ କରିବା ହେଉଛି ଶାନ୍ତି ସ୍ଥାପନା। ପରସ୍ପରର ମାନବିକତା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଦେଖିବା ପାଇଁ ବର୍ତ୍ତମାନ ଏକ ସମୟ ଆସିବା ଆବଶ୍ୟକ।ଏକ ବିଶ୍ୱ ସମୁଦାୟ ଭାବରେ ଆମର ବଞ୍ଚିବା ବା ତିଷ୍ଠି ରହିବା ତାହା ଉପରେ ନିର୍ଭର କରେ।ଏହି ବର୍ଷ,ସ୍ଥାୟୀ ବିକାଶ ଲକ୍ଷ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ମିଳିତ ଜାତିସଂଘ ୧୭ ସ୍ଥାୟୀ ବିକାଶ ଲକ୍ଷ ଧାର୍ଯ୍ୟ କରିଛି।କିପରି ସ୍ଥାୟୀ ଶାନ୍ତି ପାଇଁ ଏହି ବିକାଶ ଲକ୍ଷ୍ୟ ସବୁ ମୂଳଦୁଆ ଭାବରେ କାର୍ଯ୍ୟ କରିପାରିବ ସେ ବିଷୟରେ ଆମର ସଚେତନତାକୁ ବଢାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ବିଶ୍ଵ ଶାନ୍ତି ଏବଂ ବୁଝାମଣା ଦିବସ ଦେଶମାନଙ୍କ ମଧ୍ୟରେ ଦୟା ଏବଂ ଏକତାକୁ ପ୍ରେରଣା ଦେଇ ଏକ ଜଗତ ସୃଷ୍ଟି କରୁ ଯେଉଁଠାରେ ଘୃଣା ଉପରେ ପ୍ରେମର ବିଜୟ ହେବ।
ଧଳା କପୋତକୁ ଶାନ୍ତିର ଦୂତ ଭାବେ ବିେବଚନା କରାଯାଏ। ତେଣୁ ବିଶ୍ବ ଶାନ୍ତି ଦିବସ ପାଳନ ଉପଲକ୍ଷେ ଧଳା କପୋତ ଉଡ଼ାଯାଇ ବିଶ୍ବବାସୀଙ୍କୁ ଶାନ୍ତିର ବାର୍ତ୍ତା ଦିଆଯାଏ।ଜାତି ନିର୍ବିଶେଷରେ ସମସ୍ତଙ୍କୁ ସମଭାବ ପ୍ରଦର୍ଶନ କରୁଥିବା ଏକ ବିଶ୍ୱ ନିର୍ମାଣ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ।ଉକ୍ତ ସଭାରେ ନୂତନ ଭାବେ ୟୁନେସ୍କୋର ରାଜ୍ୟ ସଂଯୋଜକ ତଥା ଉଫୁନାର ମହାସଚିବ ଦିପାୟନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ସାରା ବିଶ୍ବରେ ଶାନ୍ତି ବଜାୟ ରଖୀବା ପାଇଁ ୧୯୮୧ରେ ମିଳିତ ଜାତିସଂଘ ‘ଆନ୍ତର୍ଜାତିକ ଶାନ୍ତି ଦିବସ’ ପାଳନ କରିବାକୁ ଘୋଷଣା କରିଥିଲା।୧୯୮୨ରେ ପ୍ରଥମ ଥର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଗଲା।୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବରେ ପାଳନ କରାଯାଉଥିଲା।୨୦୦୨ ମସିହାଠାରୁ ସେପ୍ଟେମ୍ବର ୨୧କୁ ‘ଆନ୍ତର୍ଜାତିକ ଶାନ୍ତି ଦିବସ’ ଭାବେ ପାଳନ କରାଯାଉଛି।ଏହି ଦିନରେ ମିଳିତ ଜାତିସଂଘର ମୁଖ୍ୟାଳୟ ନ୍ୟୁୟର୍କରେ ଶାନ୍ତିର ଘଣ୍ଟା ବଜାଯାଏ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଜାତିସଂଘର ବିଶ୍ଵ ଶାନ୍ତି ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଶ୍ଵ ଶାନ୍ତି ପ୍ରତି ନିଜେ ସଚେତନ ହୋଇ ସମସ୍ତେ ଯଦି ଆଦର୍ଶ ବିଶ୍ଵ ଶାନ୍ତି ନୀତି ଓ ନିୟମ ପାଳନ ପୂର୍ବକ ସୁସ୍ଥ ଜୀବନଯାପନ କରନ୍ତେ ତାହା ନିଜ ପ୍ରତି,ନିଜ ପରିବାର ପ୍ରତି ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା।ଅନ୍ୟତମ ମଞ୍ଚାସୀନ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ଇଂ ଅବିନାଶ ଦାସ,ଡ.ସମୀର କୁମାର ସାହୁ,ବସନ୍ତ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ବିଶ୍ବ ଶାନ୍ତି ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏବେ କାର୍ଯ୍ୟ କରନ୍ତୁ”।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଗୋଲକ ବିହାରୀ ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,କବୀ ସୁକାନ୍ତି ସାହୁ,ଡ.ଅନୁପମା ମିଶ୍ର,ଡ.ମାନସୀ କର,ଡ଼ଃ କବିତା ମହାନ୍ତି,ମମତା ମିଶ୍ର,ମୈତ୍ରେୟୀ ଶୁଭଦା, ଡ.ପ୍ରମୋଦ ପରିଡା ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ବାଳ,ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର,ଲକ୍ଷ୍ମୀଧର ଶତପଥି,ଡ଼ଃ ଅନୁପମା ମିଶ୍ର,ସୁଜାତା ପଟ୍ଟନାୟକ,ବର୍ଷା ପଟ୍ଟନାୟକ,ସୌମ୍ୟରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ପ୍ରଫେସର୍ ଡ.ପ୍ରମୋଦ ନାୟକ,ଡ.ସମୀର କୁମାର ସାହୁ,ପ୍ରାକୃତିକ ଚିକିତ୍ସା ବିଶାରଦ ପୀତବାସ ସାହୁ,ବିପିନ ବିହାରୀ ବେହେରା,ଦେବ ପ୍ରସାଦ ମିଶ୍ର,ତରୁଣ କୁମାର ବିଶ୍ବାଳ,ଯୁଧିଷ୍ଟିର ସାହୁ,ଦିଲ୍ଲୀପ କୁମାର ସାହୁ,ଅବନୀ ପାତ୍ର,ଲଳିତ ମୋହନ ବେହେରା,ପ୍ରମୁଖ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ ଓ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଆନ୍ତର୍ଜାତୀୟ ଶାନ୍ତି ଦିବସ’-୨୦୨୫ ପାଇଁ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ,କାର୍ଯ୍ୟକ୍ରମ ସୁପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



