Orisha

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର, ୪୯ଟି ଅଭିଯୋଗ ପଞ୍ଜିକୃତ

କଣ୍ଟାମାଳ, ୧୫. ୯. ୨୦୨୫ ସମର୍ଥ ସମାଚାର:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟ ୪୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ୪୫ଟି ଓ ଗୋଷ୍ଟୀଗତ ୪ଗୋଟି ହୋଇଥିଲା l ୧୦ ଜଣଙ୍କୁ ନୂତନ ଭତ୍ତା ପ୍ରଦାନ କରା ଯାଇଥିଲା l ଜଣଙ୍କୁ ହୁଇଲ ଚେୟାର ଓ ଜଣକୁ ତିନିଚକିଆ ସାଇକେଲ ଦିଆ ଯାଇଥିଲା l ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚଦ୍ର ଦଣ୍ଡସେନା,ଉପଜିଲ୍ଲାପାଳ ବିନୟ କୁମାର ଭୋଇ ,ତହସିଲଦାର ଶ୍ୱେତପଦ୍ମା ଯୋଶୀ, ବିଡିଓ ସାମି ଜୟଶ୍ରୀ ରେଡ୍ଡି , ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ ,କଣ୍ଟାମାଳ ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି, ସିଡିପିଓ ପଙ୍କଜିନୀ ମିଶ୍ର,କଣ୍ଟାମାଳ ଥାନା ଅଧିକାରୀ ଭାବନନ୍ଦ ପ୍ରଧାନ ସମେତ ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ l ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Related Articles

Back to top button