ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଂ ଭୈରବୀ ଙ୍କ ଗୁପ୍ତପୂଜା ଆରମ୍ଭ


ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଂ ଭୈରବୀ ଙ୍କ ପୀଠରେ ରବିବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଯାଇଛି। ଅପରାର୍ହ୍ନ ଚାରିଟା ସମୟରେ ମାଂ ଙ୍କ ପାଟଖଣ୍ଡା, ବିଜୟ ପ୍ରତିମା, ଘଣ୍ଟ ଛତ୍ର ଧରି ବିରାଟ ପଟୁଆର ସହ ସେବକ ପୂଜାରୀ ଓ ଭକ୍ତ ଙ୍କୁ ନେଇ ସହର ପରିକ୍ରମା କରିସାରିବା ପରେ ମାଂ ଙ୍କ ମନ୍ଦିର ରେ ପହଂଚି ଥିଲେ। ଶକ୍ତିପୀଠ ରେ ଷୋହଳ ଦିନ ପର୍ଯ୍ୟନ୍ତ ଦେବୀ ଙ୍କୁ ଗୁପ୍ତ ଭାବରେ ପୂଜା କରାଯାଇଥାଏ। ଯାହାକି ଅନ୍ୟ କୌଣସି ପୀଠ ରେ ଦେଖା ଯାଇ ନ ଥାଏ। ରାତ୍ର ର ପ୍ରଥମ ପ୍ରହର ରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ମାଂ ଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ଗୁପ୍ତପୂଜା ହୋଇଥାଏ। 16 ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତ ଙ୍କ ଚଳପ୍ରଚଳ ନିଷିଦ୍ଧ ଥାଏ। ଏହି ଦିନ ଉକ୍ତ ଅଞ୍ଚଳ ରେ ମା ମାନେ ପୁଅ ମାନଙ୍କ ମଙ୍ଗଳ ମନାସି ପୁଅଜିଉଁନ୍ତିଆ କରିଥାନ୍ତି। ଏହି ପର୍ବ ମହିଳା ମାନେ ନିସାର୍ଧ ରେ ସମ୍ପୂର୍ଣ ଉପବାସ ରହି ମାଂ ଙ୍କ ପୀଠରେ ଢୋଲ ବାଦ୍ୟ ଶୁଣିଲା ପରେ ପୂଜା ଆରମ୍ଭ କରିଥାନ୍ତି। ଦୀର୍ଘ ଷୋହଳ ଦିନ ଧରି ଦେବୀ ଙ୍କ ଦର୍ଶନ ନିଷେଧ ଥିବାରୁ ନବମୀ ଦିନ ଠାରୁ ଦେବୀ ଙ୍କ କୃପା ଲାଭ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ରୁ ଭକ୍ତ ଙ୍କ ସମାବେଶ ହୋଇଥାଏ। ପ୍ରତିବର୍ଷ ଆଶ୍ୱିନ ମାସରେ ମାଂ ଭୈରବୀ ଙ୍କ ଷୋହଳ ପୂଜା ସ୍ୱତନ୍ତ୍ର ଓ ବିଶେଷ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ। ରାଜାରାଜୁଡ଼ା ଅମଳ ରୁ ଚାଲି ଆସିଥିବା ଏହି ଷୋହଳ ପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ।ଏବଂ ତା ପରଦିନ ଅର୍ଥାତ ନବମୀ ଦିନ ଠାରୁ ମାଂ ଙ୍କ ନବଯୌବନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି।ବିଜୟା ଦଶମୀ ଦିନ ପୀଠ ରେ ଦଶମୀ ପୂଜା ସହିତ ସାଧାରଣ ଭକ୍ତ ଙ୍କ ପାଇଁ ସାହଣ ମେଲା ଦର୍ଶନ ହୋଇଥାଏ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।




