ମୋହନାଗୁଡ଼ା ଗାଁ ର ବିକାଶ କେବଳ କାଗଜ କଲମ ରେ ସୀମିତ l


ଗଜପତି :୧୪/୦୯/୨୫(ସମର୍ଥ ସମାଚାର )ରାଜ୍ୟରେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର l ଏ ସରକାର ନାରା ଦେଉଛି ଲୋକଙ୍କ ସରକାର,ହେଲେ ଦୁର୍ଗମ ଅଞ୍ଚଳ ର ବିକାଶ ଡବଲ ହେବା କଥା l କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମୁଳୁଛି l ସେମାନଙ୍କ ମୌଳିକ ସୁବିଧା ରୁ ବି ବଞ୍ଚିତ ହୋଇ ଆସୁଛନ୍ତି l ଗାଁ ରେ ପକା ରାସ୍ତା, ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ରୁ ବର୍ଷ ବର୍ଷ ହେବ ସେଥିରୁ ବଞ୍ଚିତ ଅଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମୋହନାଗୁଡ଼ା ଗାଁ ରେ l ଗାଁ ରେ ୩0ଟି ଆଦିବାସୀ ପରିବାର ର ଲୋକ ମାନେ ବସ ବାସ କରୁଛନ୍ତି l ହେଲେ ସରକାର ଙ୍କ ଯେଉଁ ସବୁ ଯୋଜନା ମାନ ରହିଛି ସେଥିରୁ ସ୍ୱପୁର୍ଣ ବଞ୍ଚିତ ଅଛନ୍ତି l ଦୈନନ୍ଦିନ ଯିବା ଆସିବା ପାଇଁ ସେମାନଙ୍କ ପାଇଁ ପକା ରାସ୍ତା ଟିଏ ନାହିଁ l ଫଳରେ ମେଡିକାଲ କୁ ଯିବା ପାଇଁ ରୋଗୀ ହେଉ ଵା ଗର୍ଭବତୀ ମହିଳା କୁ ବହି ଆଣିବାକୁ ପଢୁଛି l ଗାଁ ରେ ବିଦ୍ୟୁତ ଆଲୁଅ କଣ କେବେ ଦେଖି ନାହାନ୍ତି l ଫଳରେ ଗ୍ରାମର ଛାତ୍ର ଛାତ୍ରୀ ରାତ୍ରୀ ରେ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି l ସ୍ୱଚ୍ଛ ପାନୀୟ ଜଳ କଣ ଜାଣି ନାହାନ୍ତି l ଫଳରେ ଗାଁ ରେ ଥିବା ଚୁଆଁ ପାଣି କୁ ପାନୀୟ ଜଳ ରୂପ ବ୍ୟବହାର କରି ବିଭିନ୍ନ ରୋଗ ର ଶିକାର ହେଉଛନ୍ତି l ଏକ ପ୍ରକାର କହିବାକୁ ଗଲେ ସରକାରଙ୍କ ଯେଉଁ ସବୁ ଯୋଜନା ଅଛି ତାହା ଲୋକଙ୍କ ପାଖକୁ ପହଞ୍ଚି ପାରୁନି l କେବଳ କାଗଜ କଲମ ରେ ସୀମିତ ରହୁଛି l ଏହି ସମସ୍ୟା ବିଷୟରେ ବର୍ଷ ବର୍ଷ ଧରି ଅଭିଯୋଗ କରିଆସୁଥିଲେ ବି ଫଳ ସୁନ l ବିଦ୍ୟୁତ ବିଭାଗର କର୍ମଚାରୀ ଗାଁ କୁ ବିଦ୍ୟୁତ ଆଲୋକର ବ୍ୟବସ୍ଥା କରିବା ପାଇଁ କାମ ଆରମ୍ଭ କରିଥିଲେ ବି କେବଳ ପୋଲ ନେଇ ରାସ୍ତା ରେ ରଖି କାମ ସାରିଦେଲା l ତାହା ବର୍ଷ ବର୍ଷ ହେବ ପଢି ରହିଛି l ଏପଟେ ବିଦ୍ୟୁତ ବିଭାଗ ର ଦେଖା ନାହିଁ l କହିବାକୁ ଗଲେ ଗାଁ ର ଲୋକ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି l ଏମାନଙ୍କ ଅଭିଯୋଗ ବ୍ଲକ ଵା ଜିଲ୍ଲା ପ୍ରଶାସନ ଶୁଣୁନ ଥିବା ଅଭିଯୋଗ କରିଛନ୍ତି l ଏହି ସମସ୍ୟା ବିଷୟକୁ ନେଇ ଆମେ ମୋହନା ବଡ଼ିଓ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲୁ l ବିଡ଼ିଓ କହିଲେ ସ୍ଥାନୀୟ ଯନ୍ତ୍ରୀ କୁ ନିର୍ଦେଶ ଦିଆ ଯାଇଛି l ସେ ରିପୋର୍ଟ ଦେବା ପରେ ରାସ୍ତା କାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l



