ସାତକୋଶିଆ କୋର ଏରିଆ ରେ ରାତ୍ରି ଭ୍ରମଣ କରି ବନ୍ୟଜନ୍ତୁ ଙ୍କ ଭିଡିଓ ଉତ୍ତୋଳନ- ଅନୁମତି ଦେଉଚି କିଏ?


ଅନୁଗୁଳ – ବନ୍ଯଜୀବ ସଂରକ୍ଷଣ ଆଇନ ଓ NTCA ଗାଇଡଲାଇନ୍ ଅନୁଯାୟୀ ବ୍ଯାଘ୍ର ସଂରକ୍ଷଣ ଅଂଚଳ (Tiger Reserve) ରେ ରାତ୍ରୀ ଭ୍ରମଣ ବା night safari କରିବା ନିଷେଧ ଅଟେ । କିନ୍ତୁ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି । ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆ (ନିଷେଧାଂଚଳ) ରେ ରାତ୍ରି ଭ୍ରମଣ କରୁଥିବା ସୋସିଆଲ ମେଡିଆରୁ ଜଣା ପଡୁଛି ।କେବଳ ରାତ୍ରି ଭ୍ରମଣ କରି ନାହାନ୍ତି ବଂର ରାତ୍ରି ଭ୍ରମଣ କରି କଲରାପତରିଆ ବାଘର ଭିଡିଓ ଉତ୍ତୋଳନ କରି ବିଭିନ୍ନ ସର୍ବସାଧାରଣ WhatsApp ଗ୍ରୁପରେ ସେୟାର କରିଛନ୍ତି ।
ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆ ଭିତରେ ଦିନରେ ପଶିବାକୁ ହେଲେ ମଧ୍ଯ ଓଡିଶା ମୁଖ୍ଯ ବନ୍ଯଜୀବ ତତ୍ତ୍ବାବଧାରକଂକ ( Chief Wildlife Warden) ଅନୁମତି ଦରକାର । କିନ୍ତୁ ଅନୁମାନ କରାଯାଉଛି ଯେ କିଛି ପର୍ଯ୍ଯଟକ Chief Wildlife Warden କଂ ବିନା ଅନୁମତିରେ ରାତି ସମୟରେ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆରେ ପଶି ବନ୍ଯପ୍ରାଣୀଂକୁ ବିରକ୍ତ କରି ସେମାନଂକ ଫୋଟ ଏବଂ ଭିଡିଓ ଉତ୍ତୋଳନ କରୁଛନ୍ତି । ଏଭଳି ଘଟଣା ନିଶ୍ଚିତ ବନ୍ୟପ୍ରାଣୀପ୍ରେମୀଙ୍କୁ ଆଶ୍ଚର୍ଯ୍ଯ କରିଛି । ସାତକୋଶିଆ , ଅସନବାହାଳ ଅଂଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ବେଳେ ତା ଉପରକୁ ଲାଇଟ ପକାଇ ତାର ଭିଡିଓ ଉତ୍ତୋଳନ କରିବା ସହ ହ୍ଵାତସଆପ ଗ୍ରୁପରେ ସେୟାର କରାଯାଇଥିବା ଜଣା ପଡ଼ିଛି ।
ସ୍ଥାନୀୟ ଗ୍ରାମବାସୀ କିମ୍ବା ସାଧାରଣ ଲୋକଟିଏ ବିନା ଅନୁମତିରେ କୋର ଏରିଆରେ ପଶି ପାରିବ ନାହିଁ ଅଥଚ କିଭଳି ଭାବେ ବାହାର ପର୍ଯ୍ଯଟକ ମାନେ ରାତିରେ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆରେ ପଶି ପାରୁଛନ୍ତି ? ଏହା ପଛରେ କେଉଁ ବନ ଅଧିକାରୀଂକ ହାତ ରହିଛି ଏବଂ କେଉଁ ସ୍ବାର୍ଥରେ ରାତିରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ଏଭଳି ସାଂଘାତିକ ବେଆଇନ କାର୍ଯ୍ଯକୁ ସାତକୋଶିଆ ବନଖଣ୍ଡର କେଉଁ ଅଧିକାରୀ ପ୍ରଶୟ ଦେଉଛନ୍ତି ଏବଂ କେଉଁ ସ୍ବାର୍ଥରେ ? ଏହା ଉପରେ ତର୍ଜମା ହେବା ସହିତ ତଦନ୍ତ ହୋଇ ଦୃଢ କାର୍ଯ୍ଯାନୁଷ୍ଠାନ ନେବା ଉଚିତ୍ ।କାରଣ ରାତିରେ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆ ଭିତରେ ପଶି କଲରାପତ୍ରିଆ ବାଘଂକ ଫୋଟ ଭିଡିଓ ଉତ୍ତୋଳନ କରିବା ଏବଂ କୋର ଏରିଆର ସ୍ଥାନର ନାମ ଲେଖି ସର୍ବସାଧାରଣ WhatsApp ଗ୍ରୁପରେ ସେୟାର କରିବା କଲରାପତ୍ରିଆ ବାଘଂକ ଜୀବନକୁ ବିପଦ ଆଡକୁ ଟାଣି ନେଉଛି, କାରଣ ଫୋଟ ଭିଡିଓ ଶିକାରୀଂକ ପାଖରେ ପଂହଚିବା କୌଣସି ବଡ କଥା ନୁହେଁ ।ଗୋଟିଏ ପଟେ NTCA ଓ ସରକାର, ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ଯୋଜନା କରୁଥିବାବେଳେ ଅନ୍ଯ ପଟେ ସାତକୋଶିଆ ବନ ଅଧିକାରୀଂକ ଏଭଳି ସ୍ବାର୍ଥବାଦୀ, ବେପାରୁଆ ଓ ମୁର୍ଖାମୀ କାର୍ଯ୍ଯ ଯୋଗୁଁ ସାତକୋଶିଆ ଆଜି ବାଘ ଶୂନ୍ଯ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।( ଅନୁଗୁଳ ରୁ ସନ୍ଦୀପ ରାଜ ସାମନ୍ତ ସମର୍ଥ ସମାଚାର)



