Orisha

ବନ୍ତଳା ରେ ଗଠିତ ହେଲା ନିର୍ମାଣ ଶ୍ରମିକ ସଂଗଠନ।

ଅନଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ପ୍ରାୟ ୨୦୦ ରୁ ଅଧିକ ନିର୍ମାଣ ଶ୍ରମିକ ଙ୍କୁ ନେଇ ବାରଗୌଣୀଆ ମା ପାଣ୍ଡୁରିଶୁଣି ନିକଟରେ ବୁଧୁବାର ଏକ ବୈଠକ ଅନଷ୍ଠିତ ହୋଇଛି।୨୫ ଟି ଗ୍ରାମ ଶ୍ରମିକ ମାନେ ଏଥିରେ ଯୋଗଦେଇ ପାରିଶ୍ରମିକ ବୃଦ୍ଧି ଓ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ଆଦି ସମସ୍ୟା ନେଇ ଆଲୋଚନା କରିଥିଲା। ବୈଠକ ରେ ‘ ଅନୁଗୁଳ ଶ୍ରମିକ ସଂଗଠନ ବନ୍ତଳା ‘ନାମରେ ଏକ ସଂଗଠନ ଗଠନ ପାଇଁ ସର୍ବସମ୍ମତି ହେଇଛି। ଅଭିମନ୍ୟୁ ଦେହୁରୀ ସଭାପତି, ଜୟକୃଷ୍ଣ ମୁଦୁଲି ଉପସଭାପତି, ଅଶୋକ ସାହୁ ସମ୍ପାଦକ, ଓ ଈଶ୍ୱର ଦେହୁରୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନ ଶ୍ରମିକଙ୍କ ଉନ୍ନତି ଓ ସୁଖ ଦୁଃଖରେ ସହଯୋଗ କରିବେ ବୋଲି ନିଷ୍ପତି ହୋଇଛି। ସଭା ହରିବୋଲ ସହ ସମାପନ ହୋଇଥିଲା।(ଅନଗୁଳ ରୁ ସନ୍ଦୀପ ରାଜ ସାମନ୍ତ ସମର୍ଥ ସମାଚାର)

Related Articles

Back to top button