ଓଡ଼ିଶା ଡ୍ରାଫ୍ଟସମ୍ୟାନ,ଟ୍ରେଶରସ୍, ଫେରୋପ୍ରିଣ୍ଟର୍ସ ସଂଘର 12 ତମ ଦ୍ଵୀବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର ଆଜି ୟୁନିଟ 2 ରେ ଥିବା କର୍ମଚାରୀ ଭବନ ସଭା କକ୍ଷରେ ଅଲ୍ ଓଡ଼ିଶା ଡ୍ରାଫ୍ଟସମ୍ୟାନ, ଟ୍ରେଶର୍ସ, ଓ ଫେରପ୍ରିଣ୍ଟର ମାନଙ୍କର ରାଜ୍ୟସ୍ତରୀୟ ଦ୍ୱାଦଶ ଦ୍ଵିବାର୍ଶିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ରାଜ୍ୟ ଅନଗେଜେଟେଡ କର୍ମଚାରୀ ସଂଘର ଅଧକ୍ଷ ସୁନନ୍ଦ୍ କୁମାର କାନୁନଗୋଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ସଭାପତି ମହେଶ୍ବର ଘଡେ଼ଇ, ସାଧାରଣ ସମ୍ପାଦକ ପ୍ରସନ୍ନ ମିଶ୍ର, ଅନ୍ୟତମ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମ କର୍ତ୍ତା ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। କ୍ୟାଡ଼ର ରୁଲ କରାଯାଇ ଆମକୁ ଜବ୍ ଚାର୍ଟ ଦିଆଯାଉ, କୌ କାମ କରିବୁ କୁହାଯାଉ, ଦରମା ଅସଙ୍ଗତି ଦୂର କରାଯାଉ ଓ ଏଥିପାଇଁ ଆଗାମୀ ଦିନରେ ସରକାରଙ୍କୁ ଦାବି କରିବୁ ବୋଲି କହିଛନ୍ତି ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର। ଆଜି ବହୁ ବର୍ଷ ପରେ ସମ୍ମିଳନୀ ଚାଲିଛି ସବୁ ଜିଲ୍ଲାରୁ ନେତ୍ରୁ ବୃନ୍ଦ ଆସିଛନ୍ତି ଆମକୁ ଟେକ୍ନିକାଲ ଓ ସିଭିଲ ମିଶାଇ କେବଳ ଡ୍ରାଫ୍ଟସମାନ ପଦବୀରେ କାମ କରିବାକୁ ଦିଆଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି ଉପଦେଷ୍ଟା କାମିନୀ ମହାନ୍ତି।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି