୫୦ ଫୁଟ ଗଭୀର ପାଣିରେ ପାର ହେଉଛନ୍ତି ଛାତ୍ର ଛାତ୍ରୀ।

ଅନୁଗୁଳ: ଟିକରପଡ଼ା ଅଞ୍ଚଳରେ ସରକାର ଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢିବାକୁ କାଠ ଡଙ୍ଗାରେ ନାଳ ପାର ହେଉଛନ୍ତି ସ୍କୁଲ ର ଛାତ୍ର ଛାତ୍ରୀ। କୁମ୍ଭୀର ଡର ଥିଲେ ମଧ୍ୟ ପାଠ ପଢିବାକୁ ନାଳ ପାର ହୋଇ ଯାଉଛନ୍ତି ସ୍କୁଲ ର ଛାତ୍ର ଛାତ୍ରୀ। ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ର ସାତକୋଶିଆ ଅଭୟାରଣ୍ୟରେ ରହିଛି ଟିକରପଡ଼ା ଗ୍ରାମ ପଞ୍ଚାୟତ। ନାଳରେ ଗଲେ ୨ କିଲୋମିଟର ହେଉଥିବାବେଳେ ରାସ୍ତାରେ ଗଲେ ୧୦ କିଲୋମିଟର ହେଉଛି ବୋଲି ଗ୍ରାମର ଲୋକେ କହୁଛନ୍ତି। ଅଭୟାରଣ୍ୟ ଭିତରେ ପେଟକୁ ଖାଇବା ପାଇଁ ପାଉନଥିବା ଲୋକମାନେ ପିଲାଙ୍କୁ ସାଇକେଲ ଦେବାକୁ ସକ୍ଷମ ମଧ୍ୟ ନାଇ। ପିଲାମାନେ ପାଠ ପଢିବା ନିଶାରେ ଝଡ଼ ହେଲେ ମଧ୍ୟ ବିଦ୍ୟାଳୟ ଯାଉଛନ୍ତି। ବର୍ଷାଋତୁ ରେ ପିଲାମାନେ ଡଙ୍ଗା ପାର ହେଉଥିବା ବେଳେ ଅନ୍ୟ ଦିନେ ନାଳ ଶୁଖିଲା ହୋଇଯିବାରୁ ପିଲା ମାନେ କୌଣସି ଅସୁବିଧାର ସମ୍ମୁଖିନ ହୁଅନ୍ତି ନାହିଁ। ଟିକରପଡ଼ା ଗ୍ରାମ ପଞ୍ଚାୟତ ର ଗଇଁଦି, ବେହେରା ସାହି, ନୂଆଗଇଁଦି, ଅର୍ଖାଖଣି, ଏବଂ ମଝିପଡା ଗ୍ରାମରୁ ପ୍ରାୟେ ୪୦ ରୁ ଉର୍ଦ୍ଧ ପିଲା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ କୁ ପାଠ ପଢିବାକୁ ଯାଉଛନ୍ତି।( ଅନୁଗୁଳ ରୁ ସନ୍ଦୀପ ରାଜ ସାମନ୍ତ ସମର୍ଥ ସମାଚାର)