ଶଶୁର ଘରେ ଜ୍ୟାଇଁ ର ସନ୍ଦେହ ଜନକ ମୁତ୍ୟୁ।

ଅନୁଗୁଳ – ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ ପରେ ପୁଅକୁ ତାର ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ନିଶା ଥାନାରେ ଅଭିଯୋଗ କରିଛନ୍ତି ପୁଅ ଘର ପରିବାର ବର୍ଗ ।
ସୁଚନା ଅନୁସାରେ ଡଅଁରା ଗ୍ରାମର ବାବାଜୀ ଗୋଚ୍ଛାୟତଙ୍କ ୨୫ ବର୍ଷୀୟ ପୁଅ ସଞ୍ଜୟ ଗୋଚ୍ଛାୟତ କିଛି ବର୍ଷ ପୂର୍ବେ ନିଶା ଥାନାର ପରଙ୍ଗ ଗ୍ରାମର ମୁଚି ଗୋଛୟତଙ୍କ ଝିଅ ରୂପା ଗୋଚ୍ଛାୟତଙ୍କୁ ବିବାହ କରିଥିଲେ । ମୁଚି ଗୋଛୟତଙ୍କର ପୁଅ ନଥିବାରୁ ସଞ୍ଜୟ ଶଶୁର ଘରେ ଘରଜ୍ବାଇଁ ଭାବେ ରହି ଆସୁଥିଲେ । ସଞ୍ଜୟ ଏକ ଘରୋଇ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ବିବାହର କିଛିଦିନ ପରିବାର ଶାନ୍ତିଶୃଙ୍ଖଳାରେ ଚଳି ଚାଲିଥିବା ବେଳେ କିଛି ଦିନ ହେବ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ପ୍ରତେକ ଦିନ ଝଗଡ଼ା ଲାଗି ରହିଥିଲା । କିନ୍ତୁ ଅଚାନକ ବାବାଜୀଙ୍କ ଜ୍ୱାଇଁ ଗତକାଲି (ରବିବାର) ଦିନ ଫୋନ କରି କହିଲେ କି ଆପଣଙ୍କ ପୁଅ ସଞ୍ଜୟଙ୍କ ମୃତ୍ୟୁ ଘଟିଛି । ଏହା ଖବର ପାଇ ପରିବାର ଲୋକେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସି ପହଞ୍ଚି ପୁଅର ମୃତଦେହକୁ ଦେଖିଥିଲେ । ଏହି ଘଟଣା ଦେଖିବା ପରେ ସଞ୍ଜୟର ବାପା ଅଭିଯୋଗ ଆଣିଛନ୍ତି କି ତାଙ୍କ ପୁଅ କେବେ ଆତ୍ମହତ୍ୟା ପରି ପଦକ୍ଷେପ ଗ୍ରହଣ କରିବ ନାହିଁ । ତାକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ମୃତ୍ୟୁର କାରଣ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ପାଇଁ ନେହୁରା ହୋଇଛନ୍ତି । ଅନ୍ୟପକ୍ଷରେ ସଞ୍ଜୟଙ୍କ ସ୍ତ୍ରୀ କହିଛନ୍ତି କି ସ୍ଵାମୀଙ୍କୁ ହତ୍ୟା କରାଯାଇ ନାହିଁ ରବିବାର ଦିନ ସ୍ଵାମୀ ଘରକୁ ଆସି ପଇସା ମାଗିବା ସହ ଝଗଡା କରିଥିଲେ । ପରବର୍ତ୍ତୀ ସମୟରେ ଘରର କବାଟ ବନ୍ଦ କରି କିଛି ସମୟ ବସିବା ପରେ ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କ ପରିବାର ଲୋକେ ଆଣିଥିବା ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ତ୍ରୀ ପୂଜା।