ଅନୁଗୁଳ ଜିଲ୍ଲା ଉଷୁ ଖେଳାଳିଙ୍କ ସଫଳତା, ରାଜ୍ୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍ ରେ ୯ ଟି ପଦକ।

ବାରିପଦା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍ ର ମହିଳା ଉଷୁ ଖେଳରେ ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ୍ ତରଫରୁ ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ରେ ଅନୁଗୁଳ ଖେଳାଳି ମାନେ ୨ଟି ସ୍ଵର୍ଣ୍ଣ, ୪ଟି ରୋପ୍ୟା ଓ ୩ ଟି ବ୍ରୋଞ୍ଜ ପଦକ ଜିତି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି କୃତି ଖେଳାଳି ମାନେ ଆଗାମୀ ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦଶନ କରିବେ। ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ଅଧିକାରୀ (ଡି.ପି.ଓ) ରାଜ୍ୟର ଉଷୁ ସଂଘର ଚେୟାରମେନ ତଥା ମୁଖ୍ୟ ପ୍ରତିଷ୍ଠାତା ଏସ୍.ଏସ ହରିଚନ୍ଦନ ଟେକ୍ନିକାଲ ଡାଇରେକ୍ଟର ପ୍ରଦ୍ୟୁମ୍ନ ବେହେରା, ଅନୁଗୁଳ ଜିଲ୍ଲା ଉଷୁ ସଂଘର ସଭାପତି ଦିନେଶ ପ୍ରଧାନ, ଆନ୍ତର୍ଜାତୀୟ ଜଜ୍ ତଥା ଜିଲ୍ଲା ଉଷୁ ସଂଘର ସାଧାରଣ ସୁଶାନ୍ତ ନାଏକ, ଜିଲ୍ଲା କୋଚ ବିନୋଦ କୁମାର ନାଏକ, ଦୋଳଗୋବିନ୍ଦ ଦଳେଇ, ଅରୁଣ କୁମାର ନାଏକ, ରାଜେଶ ମିଶ୍ର, ଚିତ୍ତରଞ୍ଜନ ମହାନ୍ତି, ଅମରଜିତ୍ ଗଡନାୟକ ଓ ସମସ୍ତ ସଦସ୍ୟ ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି