ସାନକେରକୋର କଳାମନ୍ଦିର ପ୍ଳାଯା ଠାରେ ଏକ କୃଷକ ସମାବେଶ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କିଷାନ ମୋର୍ଚ୍ଚା ସଭାପତି ଦୀପକ ଦାଶ ଙ୍କ ନେତୃତ୍ୱରେ ବଡସାହି ବ୍ଲକ ଅନ୍ତର୍ଗତ ସାନକେରକୋର କଳାମନ୍ଦିର ପ୍ଳାଯା ଠାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଡବଲ ଇଂଜିନ ସରକାରଙ୍କ କୃଷକ ବିରୋଧୀ ନୀତି କୁ ତୀବ୍ର ବିରୋଧ କରିଥିଲେ।ଏହି ସମାବେଶରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ସଂଯୋଜକ ଶ୍ରୀ ଅରବିନ୍ଦ ଦାସ ଜିଲ୍ଲା କୃଷକ ମାନଙ୍କ ଦୁର୍ଦଶାରେ ସାମିଲ ହୋଇ ଜିଲ୍ଲା କଂଗ୍ରେସ ଲଢ଼େଇ କରିବ ବୋଲି ଚରମବାଣୀ ଶୁଣେଇଥିଲେ। ସେହିପରି ସଂଗଠନ ସୃଜନ କାର୍ଯ୍ୟକ୍ରମ ର ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ତଥା ଅଖିଳ ଭାରତୀୟ କୃଷକ ସେଲର ଉପସଭାପତି ଶ୍ରୀ ଅଖିଳେଶ ଶୁକ୍ଲା ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକ ଙ୍କ ସ୍ୱାର୍ଥ ପାଇଁ ଦଳ ଲଢେଇ କରିବ ବୋଲି ବକ୍ତବ୍ୟ ରଖିଥିଲେ। ଏହି ସମାବେଶ ରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା,ଓଡିଶା ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ଅଭୟ ସାହୁ ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରିଆ,ରାଜ୍ୟ ବାଣିଜ୍ୟ ସେଲ ସଭାପତି ଯୋଗେଶ ଅଗ୍ରୱାଲ, ପ୍ରଭାରୀ ନଳିନୀ କାନ୍ତ ମହାନ୍ତି ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ଏହି ସମାବେଶ ରେ ପୂର୍ବତନ ସଭାପତି ନିରୋଜ ଲୋଚନ ଦାସ, ବିଧାୟକ ପ୍ରାଥୀ ପ୍ରଭାସ କର ମହାପାତ୍ର, ଦୁର୍ଗା ଟୁଡୁ, ମୁରଲୀ ଧର, ପ୍ରମୋଦ ହେମ୍ବ୍ରମ,ପୂର୍ଣ୍ଣ ବିଶ୍ୱାଳ, ଜ୍ୟୋତି ପ୍ରକାଶ ରଥ, ପ୍ରକାଶ କର ମହାପାତ୍ର,ଶିବାନନ୍ଦ ଦାସ, ସୁସ୍ମିତା ଘୋଷାଲ, ମୀନକେତନ ବେହେରା, ରଶ୍ମିତା ମିଶ୍ର, ମୋତିପ୍ରକାଶ ଦାଶ, ରଂଜିତା ଯୋଷୀ, ଶେଖ ମୁସ୍ତଫା,ମୋନରଞ୍ଜନ ହେମ୍ବ୍ରମ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ।