Orisha

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜନଯୁଗ୍ମ ଅଭିଯୋଗ ଶୁଣାଣି…

 ସମୁଦାୟ 109ଅଭିଯୋଗ ରୁ ତୁରନ୍ତ 47ଅଭିଯୋଗ ସମାଧାନ…
ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ)08/09..ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରେ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଯୁଗ୍ନ ଅଭିଯୋଗ ଜନଶୁଣାଣି ରେ ବ୍ଲକ ର ବିଭିନ୍ନ ପଂଚାୟତ 109ଗୋଟି ଅଭିଯୋଗ ପଞ୍ଜୁକୃତ ହୋଇଥିବା ବେଳେ ସେଥି ମଧ୍ୟରୁ 102ଗୋଟି ବ୍ୟକ୍ତିଗତ ଓ 7ଟି ସାମୁହିକ ଅଭିଯୋଗ ଆସିଥିଲା l ଅଭିଯୋଗ ଶୁଣାଣିରେ ଜିଲ୍ଲା ପାଳ ବିଭୁତି ଭୂଷଣ ନାଏକ, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ପି ଡ଼ି ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ ଙ୍କ ଅଧକ୍ଷତା ରେ ତହସିଲଦାର ବଳଦେବ ବେହେରା ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ କୁ ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ଲାଇନ ଅଧିକାରୀ ଙ୍କୁ ନିର୍ଦେଶ ସହିତ ଅଭିଯୋଗ କୁ ସମାଧାନ କରିଥିଲେ l ସଂଗେ ସଂଗେ 109ଅଭିଯୋଗ ରୁ 47ଟି ଅଭିଯୋଗ ସମାଧାନ ହୋଇଥିବା ବେଳେ ରେଡକ୍ରସ ପାଣ୍ଠିରୁ 3ଜଣ ଙ୍କୁ 20ହଜାର ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଥିଲା l ସେ ପଟେ ଅଭିଯୋଗ ଶୁଣାଣି ରେ ବୃଦ୍ଧ, ବୃଦ୍ଧା ଓ ବିଭିନ୍ନ ରୋଗ ପରୀକ୍ଷା, ନିରାକରଣ ପାଇଁ ଔଷଧ ବଣ୍ଟନ କରାଯାଇଥିବା ବେଳେ ଏହି ଶିବିରରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l

Related Articles

Back to top button