Entertainment
ଭଙ୍ଗା ହୃଦୟ


ଭଙ୍ଗା ହୃଦୟ
—————-
ପ୍ରଶାନ୍ତ କୁମାର ନାୟକ
ହୃଦୟକୁ ମୋର ଭାଙ୍ଗିଦେଇ ପ୍ରିୟା
କେଉଁ ଆଡେ ଚାଲିଗଲ ,
ଦିଗହରା ପଥିକଟେ ମୁଁ ଝରିଝୁରି ତୁମକୁ
ଆଖିରୁ ବୁହାଏ ଖାଲି ଲୁହ ।।
ପଛକଥା ସବୁ ଭୁଲିଯାଇ ତୁମେ
ଥରୁଟିଏ ଦେଖିକି ଯାଅ ,
ଅନୁରୋଧ ମୋର ଏତିକି ରଖିବ
ଭଙ୍ଗା ହୃଦୟକୁ ମୋ ଯୋଡିଦିଅ ।।
ହୃଦୟ ନୁହଁଇ ବାଲିଘରଟିଏ
ଭାଙ୍ଗି ପୁଣି ଗଢି ଦେବ ,
ହୃଦୟ ହୃଦୟ ମିଶିଗଲେ ପରା
ନୂଆ ଦୁନିଆଟେ ହେବ ।।
ମନ ଚୋରି ହୁଏବୋଲି ସିନା
କାହାଣୀରେ ଶୁଣିଥିଲି ,
ତୋତେ ଦେଖି ଦେଲାପରେ ଥରେ
ସେ କାହାଣୀ ମୁଁ ଭୁଲିଗଲି ।।
କାହାଣୀ ତ ସବୁ ସତ ହୁଏନାହିଁ
ଏ ଯେ ମନଲୋଭା କଥା ,
ଭଙ୍ଗା ହୃଦୟ କି ଯୋଡିହୁଏ କେବେ
ଭାବିଲେ ଲାଗଇ ବ୍ଯଥା ।।
ୟୁନିଟ୍-5; ଭୁବନେଶ୍ବର
ଫୋନ୍ : 8249650414