ଗୁରୁ ଦିବସ ତଥା ରାଷ୍ଟ୍ରପତି ସର୍ବ ପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୫ରେ ସମସ୍ତ ଗୁରୁ ମାନଙ୍କୁ ସମ୍ମାନ ସହ ଅଭିନନ୍ଦନ ଶୁଭେଚ୍ଛା ଓ ପ୍ରଣାମ

ମହାନ ରାଷ୍ଟ୍ର ପତି ତାଙ୍କ ଜନ୍ମ ଦିନ କୁ ଗୁରୁ ମାନଙ୍କୁ ଅର୍ପଣ କରି ଗୁରୁଦିବସ ରୂପେ ଘୋଷଣା କରି ଗୁରୁ ମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ଚିର ନମସ୍ୟ
ଅମର ହୋଇ ରହିଛନ୍ତି।
“ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରୁ ଵେ ନମ୍ଃ ”
ଅଜ୍ଞାନ ରୂପକ ଅନ୍ଧାରକୁ ଯିଏ ଦୂର କରନ୍ତି
ସେ ଗୁରୁ..
ଆଦର୍ଶ ରେ ଯିଏ ଅନୁପ୍ରାଣିତ କରିଥାନ୍ତି ସେ ଗୁରୁ
ମନରୁ ସମସ୍ତ ଦୁଃଖ ଦୂର କରି ସତ୍ ମାର୍ଗରେ
ପରିଚାଳିତ କରନ୍ତି ସେ ଗୁରୁ।
ଜୀବନରେ ନୂଆ ଆଶା ଉତ୍ସାହ ଉଦ୍ଦୀପନା ଭରି
ସୁନ୍ଦର ଜୀବନ ଟିଏ ଗଢି ଦିଅନ୍ତି ସେ ଗୁରୁ ।
କଞ୍ଚାମାଟିକୁ କୁମ୍ଭାର ନାନା ରୂପ ଦେଇ ଗଡିଲା ପରି
କଅଁଳ ଶିଶୁକୁ ନିଜ ହାତରେ ଗଢି ସୁନ୍ଦର ମଣିଷ ଟିଏ
କରନ୍ତି ସେ ଗୁରୁ । ଚରିତ୍ର ଗଠନରେ ଗୁରୁ ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ।
ଅନ୍ଧାର ଜୀବନରେ ଆଲୋକ ବର୍ତିକା ଜାଳନ୍ତି ଗୁରୁ।
ଦେଶର ଭବିଷ୍ୟତ ଥାଏ ଶିକ୍ଷକ ହାତରେ।
ଗୁରୁ ତାଙ୍କର ଜ୍ଞାନ ଦ୍ୱାରା ପିଲା ମାନଙ୍କୁ ମଣିଷ କରି
ଗଢି ଦିଅନ୍ତି।ମାନସିକ, ଶାରିରୀକ, ଭୈ।ତିକ, ଧାର୍ମିକ ଜୀବନ ଦର୍ଶନ,ମୈ।ଳିକ, ଚରିତ୍ର ଗଠନ ସମସ୍ତ ପ୍ରକାର ଶିକ୍ଷା ଦେଇଥାଆନ୍ତି।ଯାହା ଫଳରେ ଶିଶୁଟି ଭଲ ମଣିଷ ରେ ପରିଣତ ହୁଏ।
ପ୍ରଥମ ଗୁରୁ ପରିବାରରେ ମା ,ବାପା,ତାପରେ ବିଦ୍ୟାଳୟ
ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଏମିତି ଶିଶୁଟି ସ୍ତର ବିଶେଷ ରେ ଶିକ୍ଷା ପାଏ।ଶିକ୍ଷା ଗୁରୁ ପରେ କର୍ମ ଗୁରୁ ଧର୍ମ ଗୁରୁ ,ଦୀକ୍ଷା ଗୁରୁ ଜୀବନକୁ ମାର୍ଜିତ କରନ୍ତି।ଶିକ୍ଷା ଗୁରୁ ଠାରୁ ଶୃଙ୍ଖଳା, ସାହସ, ଧୈର୍ଯ୍ୟ ,କର୍ତ୍ତବ୍ୟ,ଵ୍ୟଵହାର ଆଜି ଶିକ୍ଷା ପିଲାମାନେ ପାଆନ୍ତି। ପୁସ୍ତକ ଜ୍ଞାନ ଆହରଣ କରନ୍ତି।
କିନ୍ତୁ ଜୀଵନ ଗଠନ ପାଇଁ ସଦା ଗୁରୁର ଆବଶ୍ୟକ ଅଛି।
ଜୀଵନ ରେ ଅସହାୟ ସମୟରେ ବଞ୍ଚିବାର ରାହା ମିଳେ। ଭାଂଗି ଯାଇଥିବା ମଣିଷ ଟିଏ ପୁଣି ଛିଡା ହୁଏ
ତେଣୁ ସାରା ଜୀଵନ ଗୁରୁର ଆବଶ୍ୟକ ଅଛି।
ଗୁରୁ ମାନେ ଅନ୍ଧାର ଭିତରେ ପଥ ଦେଖାନ୍ତି। କୁ ପଥରୁ ଟାଣି ଆଣି ସୁପଥରେ ବାଟ ଚଲାଇ ଥାଆନ୍ତି।
ଅନୁଶାସନ ଦ୍ଵାରା ପିଲା ମାନେ ମଣିଷ ହୂଅନ୍ତି। ତେଣୁ ଗୁରୁ ମାନେ ପିଲା ମାନଙ୍କୁ ନିଜ ପିଲା ପରି ଭଲ ପାଆନ୍ତି।ଶାସନ ଅନୁଶାସନ ଭିତରେ ଧିରେଧିରେ ପିଲା ମାନଙ୍କୁ ଗଢନ୍ତି। ବିଦ୍ୟାଳୟ ମଣିଷ ତିଆରି କାରଖାନା।
ସେଥିପାଇଁ ଆଗକାଳରେ ପିଲା ମାନେ ଗୁରୁକୂଳରେ ପାଠ ପଢୁଥିଲେ।ପାଠ ସହ ଚରିତ୍ର ଗଠନ ଶିକ୍ଷା ପାଉଥିଲେ। କାହିଁ ସେ ଆରୁଣୀ, କାହିଁ ଏକଲବ୍ୟ। ଆଜି ସମୟ ବଦଳି ଯାଇଛି।ପିଲାମାନେ ବିଶୃଙ୍ଖଳିତ। ଛାତ୍ର ଶିକ୍ଷକର ସମ୍ପର୍କ
ମଧ୍ୟ ଆଉ ସେପରି ନାହିଁ।
ଗୁରୁ ମାନଙ୍କ ଭୂମିକା ବଢ଼ିଯାଇଛି ।ସେମାନେ ହିଁ ପିଲା ମାନଙ୍କୁ ଶୃଙ୍ଖଳିତ କରିପାରିବେ।ସମାଜ ଗଠନରେ ଗୁରୁ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ।
ବିଦ୍ୟାଳୟ ରୂପକ କାରଖାନାରେ ସୁନାଗରିକ ମାନଙ୍କୁ ଗଢନ୍ତି।କଞ୍ଚା ମାଟିକୁ ଶକ୍ତ କରି ଗଢନ୍ତି।
ସେଠି ଗୁରୁ ମାନେ ଦେଶର ଭବିଷ୍ୟତ ମାନଙ୍କୁ ଗଢନ୍ତି।ନିଶ୍ଚିତ ରୂପେ ଗୁରୁ ମାନେ ଚିର ନମସ୍ୟ।
ତାଙ୍କର ଋଣ ସମାଜ କେବେ ଶୁଝି ପାରିବନି। ତାଙ୍କର ସ୍ଥାନ ସମାଜରେ ଉଚ୍ଚ ରେ। ତାଙ୍କର ଆଦର୍ଶରେ ଛାତ୍ର ଛାତ୍ରୀ ମାନେ ନିଜକୁ ଗଢନ୍ତି।
ଏତିକି କହିବି ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ।
ସେ ସମ୍ପର୍କ ରେ କଳଙ୍କ ନ ଲାଗୁ..
ଯୁଗ ଯୁଗ ପାଇଁ ଗୁରୁ ପୂଜା ପାଉଥାନ୍ତୁ ଛାତ୍ରଛାତ୍ରୀ ଙ୍କ ହୃଦୟ ରେ।
ଆଜି ଗୁରୁଦିବସରେ ସମସ୍ତ ଗୁରୁ ମାନଙ୍କୁ ଆନ୍ତରିକ ସମ୍ମାନ ସହ ଶୁଭେଚ୍ଛା ଜଣାଉଛି। ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର