ପ୍ରାଦେଶିକ ସଂସ୍କୃତିର ବାର୍ତ୍ତାବାହକ ର କାର୍ଯ୍ୟକରେ ଲୋକ ନାଟକ,

ବ୍ରହ୍ମପୁର::-ଦିନକୁ ଦିନ ଉତ୍କଳୀୟ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ, ଏବେ ବି ବଞ୍ଚି ରହିଛି ଲୋକନାଟକ ସଂଗଠନ !ଏହାର ଝଲକ ଦେଖିବାକୁ ମିଳିଛି ଗଞ୍ଜାମ ବ୍ରହ୍ମପୁର ଜିଲ୍ଲା ଅନ୍ତର୍ଗତ ସ୍ଥାନୀୟ ଆମ୍ବ ବଜାର ଗଣେଶ ପୂଜା କମିଟି ଆୟୋଜିତ ଅନ୍ତିମ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ରେ !ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ଆମ ଲୋକ କଳା ଓ ଲୋକ ନାଟକ ପ୍ରାଦେଶିକ ସଂସ୍କୃତିକୁ ବଞ୍ଚେଇ ରଖିଥିବା ହେତୁ ତାହାର ଯଥାର୍ଥ ସଂରକ୍ଷଣ ଓ ସଂଚାଳନ ପ୍ରତି ସରକାରୀ ଦୃଷ୍ଟି ରହିବା ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚିକରଡ଼ା ସ୍ଥିତ ଶ୍ରୀଶ୍ରୀ କ୍ଷେତ୍ରପାଳ ନାଟ୍ୟ ସଂଘ ପ୍ରଯୋଜିତ ଲୋକ ନାଟକ “ପ୍ରହଲ୍ଲାଦ ନାଟକ” ମଞ୍ଚସ୍ଥ ହୋଇଥିଲା ! ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଲଷ୍ମୀ ନାରାୟଣ ସାମଲ, କଣ୍ଠଶିଳ୍ପୀ ଭଗବାନ ସାମଲ, ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଏବଂ ଦୀନବନ୍ଧୁ ପାତ୍ର ପ୍ରମୁଖ ମହାସଂଘ ପକ୍ଷରୁ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସର୍ବଶ୍ରୀ ସାଗର ପ୍ରଧାନ, ଉଦୟନାଥ ବେହେରା, ନୟନ ବେହେରା, ଶିବ ବେହେରା, ମୋହନ ବେହେରା, ଦୁର୍ଯ୍ୟୋଧନ ବେହେରା, ବନମାଳୀ ବେହେରା, ଶଙ୍କର ଗୌଡ଼, ସାନାପିଲା, ଗାଣ୍ଡୁ, ଧୋବା, ଗୋବିନ୍ଦ, ମ୍ୟାନେଜର ସୁଧୀର ବେହେରା ପ୍ରମୁଖ ଲୋକ ନାଟକଟିରେ ଅଂଶ ଗ୍ରହଣ କରିଥିଲେ! ନାଟକଟି ଦର୍ଶକମାନଙ୍କ ଦ୍ୱାରା ଅତୀବ ପ୍ରଶଂସନିୟ ହୋଇ ପାରିଥିଲା ! ବଜାର କମିଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !!
ବ୍ୟୁରୋ ରିପୋର୍ଟ ସମର୍ଥ ସମାଚାର !!