Entertainment

ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାମାଳ: -୧୩/୮/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ତୃତୀୟ ବର୍ଷର ଛାତ୍ର ଭୂବନ ପତି ରଣାଙ୍କ ସଭାପତିତ୍ୱରେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାଗତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଘଣ୍ଟାପଡ଼ା ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ମୁଖ୍ୟବକ୍ତା ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଂପାଦକ ଦେବେନ୍ଦ୍ରନାଥ କୁଦେଇ, ସମ୍ମାନୀତ ଅତିଥିଭାବେ ଜିବି ସଭାପତି କାର୍ତ୍ତିକେଶ୍ଵର ବେହେରା, ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ, ବୌଦ୍ଧ ଜିଲ୍ଲା ଶିକ୍ଷକ ନେତା ନିଳାଚଳ ଭୋଇ, କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ମଞ୍ଚାସିନ ରହି ବିଦ୍ୟାଳୟରେ ଭାଇଚାରାର ସଂପର୍କ ବଢ଼ାଏ ସ୍ୱାଗତ ସମାରୋହ ଉପରେ ବକ୍ତବ୍ୟ ରଖିଥିଲେ।ଶେଷ ବର୍ଷର ଛାତ୍ରୀ ନିକିତା ଦାସ ମଞ୍ଚ ପରିଚାଳନା କରିଥିବା ସ୍ଥଳେ କିରାଣୀ ଦେବେନ୍ଦ୍ରନାଥ ରଣା ଧନ୍ୟବାଦ ଦେଇଥିଲେ।ସମାରୋହ ପୂର୍ବରୁ ଜବାଗତ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ପରିଚୟ ପର୍ବ ହୋଇଥିଲା।ପରେ ନବାଗତଙ୍କୁ ଉତ୍ସାହିତ କରିବାପାଇଁ ନାଚ, ଗୀତ, କମେଡ଼ି ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଭକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର’

Related Articles

Back to top button