ଉତ୍କଳ କଳାକାର ଏକାଡେମୀ ର ରାଜ୍ୟ କମିଟି ପ୍ରସ୍ତୁତି ବୈଠକ !!

ଭୁବନେଶ୍ୱର ::-ଅତି ନିକଟରେ ଶେଷ ହୋଇଥିବା ଉତ୍କଳ କଳାକାର ଏକାଡେମୀ ର ତୃତୀୟ ବାର୍ଷିକ ମହୋତ୍ସବ ପରେ ପରେ ନୂତନ କମିଟି ଚୟନ ଓ ବୈଠକ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ଜୀହୋଵା ଗୃପ୍ ପ୍ଲଟ୍ ନମ୍ଵର ୪୬୦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୃସିଂହ ନାଥ ନନ୍ଦ ସଭାପତିତ୍ୱ କରିଥିବା ବେଳେ ବିଶେଷ କରି ଉତ୍କଳ କଳାକାର ଏକାଡେମୀ ର ମୂଖ୍ଯ ଆଭିମୁଖ୍ୟ କୁ ପ୍ରତିପାଦିତ କରାଯାଇଥିଲା !ଓଡିଶା ର ପ୍ରତିବର୍ଗର କଳାକାର ମାନଙ୍କ ସୁରକ୍ଷା, କଳା ସଂସ୍କୃତି ର ଵିକାଶ ଓ କୋଣ ଅନୁକୋଣ ରେ ଥିବା କଳାକାର ମାନଙ୍କୁ ଆଗକୁ ଆଣିବା ଓ ସେମାନଙ୍କ ସୁଵିଧା ଅସୁଵିଧା ବୁଝିବା ତତ୍ ସହିତ ଉତ୍କଳ କଳାକାର ଏକାଡେମୀ କେମିତି ସେମାନଙ୍କ ନିକଟରେ ପହଞ୍ଚି ପାରିବ ସେଇ ବିଷୟରେ ଆଲୋଚନା କରାଯାଇ ଥିଲା ।ଏହି ଵୈଠକ ରେ ସଙ୍ଗଠନ କୁ ଦୃଢ ଭାଵରେ ମଜବୁତ କରାଯିବାକୁ ନୂତନ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇ ସେମାନଙ୍କ ନାମ ଘୋଷଣା କରାଗଲା !ଏକାଡେମୀର ଚେୟାରମ୍ୟାନ ଭାବେ ଶ୍ରୀଯୁକ୍ତ ଶଶଧର ପଣ୍ଡା,ଭାଇସ ଚେୟାରମ୍ୟାନ ଭାବେ କେ. ତମନ୍ନା, ଅତିଶ କୁମାର ରାଉତ, ଥିବାବେଳେ ସଭାପତି ଭାବେ ଶ୍ରୀଯୁକ୍ତ ନୃସିଂହ ନାଥ ନନ୍ଦ, କାର୍ଯ୍ୟକାରୀ ସଭାପତି ହରିହର ସ୍ୱାଇଁ, ଉପସଭାପତି ଭାବେ ମେଗା ଧାରାବାହିକ ଅଭିନେତା ଅଭିନଵ ସିଂ, ଭାରତ ସୁନ୍ଦରୀ ମୋନାଲିସା ଦେବତା, ଶାରଦା ଚରଣ ମହାନ୍ତି ଏବଂ ସହ ସମ୍ପାଦକ ଭାବେ ପ୍ରଜ୍ଞା ପରମିତା ଦାଶ, ଯୁଗ୍ମ ସମ୍ପାଦିକା ଭାବେ ଲିପିକା ମହାନ୍ତି, ସାଧାରଣ ସମ୍ପାଦକ ଭାବେ ଯାତ୍ରା ଅଭିନେତ୍ରୀ ଝୁନାରାଣୀ ଦାଶ, ମିଡ଼ିଆ ସମ୍ପାଦକ ଭାବେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସ୍ୱାଇଁ, ସଂଯୋଜକ ସମ୍ପାଦକ ଭାବେ ସିନେ ନିର୍ଦ୍ଧେଶକ ରଞ୍ଜନ ମିଶ୍ର, ସାଂସ୍କୃତିକ ସମ୍ପାଦକ ଭାବେ ଅଧ୍ୟାପିକା ରେଖା ପ୍ରହରାଜ, ମୁଖ୍ୟ ନିରୀକ୍ଷକ ଭାବେ ପ୍ରତାପ କୁମାର ସାହୁ ଙ୍କୁ ଚୟନ କରାଗଲା !ମୂଖ୍ଯ ଉପଦେଷ୍ଟା ଭାବେ ଚଳଚିତ୍ର ଜଗତ ର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଭୂପତି ତ୍ରିପାଠୀ, ଓ.ଏ.ଏସ. ଶ୍ରୀଯୁକ୍ତ ଵିନୋଦ କୁମାର ପଣ୍ଡା ଏବଂ ଉପଦେଷ୍ଟା ମଣ୍ଡଳୀ ରେ ଯାତ୍ରା ଜଗତ ର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଵ୍ରଜ ଵିହାରୀ ନାୟକ, ଶ୍ରୀଯୁକ୍ତ ଅଶୋକ ରାଉତ, ଶ୍ରୀଯୁକ୍ତ ଵାସୁଦେଵ ମହାନ୍ତି, ଶ୍ରୀମତି ଇନ୍ଦିରା ପଣ୍ଡା ଓ ଶ୍ରୀଯୁକ୍ତ ମନୋଜ କୁମାର ନନ୍ଦ ଚୟନ ହୋଇଥିବା ବେଳେ , ମୁଖ୍ୟ ପରିଚାଳକ ଭାବେ ଶ୍ରୀଯୁକ୍ତ ପ୍ରମୋଦ କୁମାର ଵେହେରା, ରାଜ୍ୟ ଆବାହିକା ଭାବେ ନିବେଦିତା ସିଂ, ସହଯୋଗୀ ଆବାହକ ଭାବେ ଶ୍ରୀନିବାସ ସେନାପତି ସ୍ୱାସ୍ଥ୍ୟ ସମ୍ପାଦିକା ଭାବେ ଡଃ. ପଦ୍ମା ସୋନା ଦାଶ ଓ କୋଷାଧକ୍ଷ ଭାବେ ବିକାଶ ଚନ୍ଦ୍ର ମଲ୍ଲିକ ଙ୍କୁ ମନୋନୀତ କରାଯାଇ ଥିବାର ଘୋଷଣା କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ! ସର୍ବସମ୍ମତି କ୍ରମେ ଏକାଡେମୀର ନୂତନ କାର୍ଯ୍ୟକର୍ତ୍ତା ଚୟନ ହୋଇ ଥିବାରୁ କରତାଳି, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ମାନିତ ଓ ସୁସ୍ୱାଗତ କରାଯାଇ ଥିବାର ଦେଖିବାକୁ ମିଳିଥିଲା ! ପରିଶେଷରେ ଏକାଡେମୀର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ !!
ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!