Education

ପରୀକ୍ଷା ଖାତା ଦେଖୁଥିବା ଶିକ୍ଷକଙ୍କ ତୃଟି ଯୋଗୁଁ ଗତ ମ୍ୟାଟ୍ରିକ ପରୀକ୍ଷାରେ ଏ୧ରୁ ବଞ୍ଚିତ ଘଣ୍ଟାପଡ଼ା ହାଇସ୍କୁଲର ଛାତ୍ର ପୁନଃଯାଞ୍ଚରେ ଅଧିକ ନମ୍ବର ପାଇ ଏ୧ରେ ଉତ୍ତୀର୍ଣ୍ଣ,

କଣ୍ଟାମାଳ: -୧୪/୯/୨୫ ସମର୍ଥ ସମାଚାର ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଶୁଭମ ରଣା ଗତ ମ୍ୟାଟ୍ରିକ ପରୀକ୍ଷା ୨୦୨୪-୨୫ରେ ମୋଟ ୬୦୦ ମାର୍କରୁ ୫୩୯ ମାର୍କ ପାଇ ୧ମାର୍କ ପାଇଁ ଏ-୧ରୁ ବଞ୍ଚିତ ହୋଇଥିଲେ। ଏଥିରେ ସେ ବିଚଳିତ ହୋଇ ହାଇସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ଦ୍ୱାରସ୍ଥ ହୋଇଥିଲେ। ଛାତ୍ରର ସଠିକ ମାର୍କରୁ ସଂସ୍କୃତ ବିଷୟରେ କମ ମାର୍କ ପାଇଥିବା ସେ ଜଣାଇଥିଲେ। ଫଳରେ ପ୍ରଧାନଶିକ୍ଷକଙ୍କ ଦ୍ୱାରା ସଂସ୍କୃତ ପେପରର ପୁନଃଯାଞ୍ଚ ପାଇଁ ବୋର୍ଡ଼କୁ ଜଣାଇଥିଲେ। ବାସ୍ତବରେ କରେକସନ ଶିକ୍ଷକଙ୍କ ତୃଟି ଯୋଗୁଁ ସେ ୪ ମାର୍କରୁ ବଞ୍ଚିତ ହୋଇ ଏ.୧ ପୋଜିସନ ହରାଇଥିଲେ। ପୁନଃଯାଞ୍ଚ ପରେ ସେ ଅଧିକ ୪ମାର୍କ ମୋଟ ୫୪୩ମାର୍କ ପାଇ କଣ୍ଟାମାଳ ବ୍ଲକର ଏକ ମାତ୍ର ଛାତ୍ର ଭାବେ ଏ.୧ ପାଇଛନ୍ତି। ଏଥିପାଇଁ ବୁଦ୍ଧିଜିବୀ ମହଲରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି ଯେ, ଏପରି ତୃଟି ପାଇଁ ଦାୟୀ କିଏ ? ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା ବିଭାଗକୁ ନିବେଦନ କରିଛନ୍ତି ଯେପରି ଆଗକୁ ଆଉ କାହାର ତୃଟି ନହେଉ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button