Education

ଜଗନ୍ନାଥପୁର ସ୍କୁଲରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି 2025 !!

ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଶିକ୍ଷାମଣ୍ଡଳ ଅଧୀନରେ ଥିବା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଆରମ୍ଭ ହୋଇଯାଇଛି !ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ବ୍ଲକ ଅଧିନସ୍ତ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇ ଥିବାର ଦେଖିବାକୁ ମିଳିଥିଲା !ଏହି ଶିଶୁ ଉତ୍ସବ ରେ ୯ ଗୋଟି ବିଦ୍ୟାଳୟ ର ଏକଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ! ସେମାନଙ୍କ ମଧ୍ୟରେ ବିତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, ସୁନ୍ଦର ହସ୍ତାକ୍ଷର ଲିଖନ, ଚିତ୍ର କଳା, ଶିଳ୍ପ କଳା,ସଂଗୀତ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରତିଯୋଗିତା କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ ଯୋଗଦେଇ ଥିବା ବେଳେ,ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ଜେନା, ଜଗନ୍ନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ସୁଶାନ୍ତ ବେହେରା ସୁରଭି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ! ଶିକ୍ଷକ ଶ୍ୱେତାମ୍ବର ମଲ୍ଲିକ, ସୁଶାନ୍ତ କୁମାର ବେହେରା,ଏସ୍. କେ. ତାଜଉଦ୍ଦିନ, ପ୍ରିୟଦର୍ଶି ସତ୍ୟ ରଞ୍ଜନ, ଅନିଲ କୁମାର ପଣ୍ଡା,ଶିକ୍ଷୟତ୍ରୀ ପ୍ରିୟଙ୍କା ଆଚାର୍ଯ୍ୟ, ଶୁଭ ଲଷ୍ମୀ ବୋଡିକିଆ, ପୁଜାରିଣୀ ଦଳାଇ, ସୁଭଦ୍ରା ବେହେରା, ସ୍ମିତା ମହାରଣା, ନୌବାହାର ବାନୁ, ଜ୍ୟୋସ୍ନା ବାଳା ଖଣ୍ଡୁଆଳ, ରୀନାଞ୍ଜଳି ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଫିସ ସହାୟକ ରାକେଶ ସାମଲ, ଭଗବାନ ମହାନ୍ତି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ ଥିଲେ !ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ସହିତ ଟ୍ରଫି ପ୍ରଦାନ କରାଯାଇ ଥିଲା ! ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଅଭୟ କୁମାର ଜେନା !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button