Education

ସାରଦା ଏକାଡେମୀରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଦକ୍ଷତା ବିକାଶ ପ୍ରତିଯୋଗିତା – ୨୦୨୫ !!

ତିର୍ତ୍ତୋଲ ::-ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନଙ୍କର ଦକ୍ଷତା ବିକାଶ କରାଇବାକୁ ଦୈନିକ ଖବର କାଗଜ ସମ୍ବାଦ ଆମ ଓଡିଶା ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର, ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା କରାଯାଉଛି ! ଯାହା ଆମେ ଦେଖିବାକୁ ପାଇଛୁ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ସ୍ଥିତ ସାରଦା ଏକାଡେମୀ ପରୀକ୍ଷା କେନ୍ଦ୍ରରେ ! ସଂଖ୍ୟା ଅନୁସାରେ ଚିତ୍ରାଙ୍କନ ରେ ୧୯ ଜଣ, ହସ୍ତାକ୍ଷର ରେ ୩୪ ଜଣ ଓ ଭାଷାଜ୍ଞାନ ରେ ୨୪ ଜଣ ଅଂଶ ଗ୍ରହଣ କରିଥିଵା ବେଳେ,ସେମାନଙ୍କ ମଧ୍ୟରୁ ଚିତ୍ରାଙ୍କନ ରେ ସଅଁରା ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ରୀ ସୋନାକ୍ଷୀ ସ୍ୱାଇଁ ପ୍ରଥମ୍ , ସଅଁରା ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ର ସ୍ୱରୂପ ନାୟକ ଦ୍ୱିତୀୟ ଓ ମୂଳିସିଂହ ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ରୀ ସିଦ୍ଧିଷ୍କା ସିଂହ ତୃତୀୟ ସ୍ଥାନ ହାସଲ କରିଥିଲେ !ସେହିପରି ହସ୍ତାକ୍ଷର ପରୀକ୍ଷା ରେ ଇଚ୍ଛାବିହାରୀ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ଆଶୁତୋଷ ବାରିକ ପ୍ରଥମ ,ସଅଁରା ସରକାରୀ ହାଇସ୍କୁଲ ର ଷଷ୍ଠ ଶ୍ରେଣୀ ଛାତ୍ର ରକେଶ କୁମାର ମହାରଣା ଦ୍ୱିତୀୟ ଓ ସାରଦା ଏକାଡେମୀ କନକପୁର ଛାତ୍ରୀ ସରୋଜିନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡିଆ ଭାଷା ଜ୍ଞାନ ପରୀକ୍ଷାରେ ଅଲଣା ସତ୍ୟନାରାୟଣ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ବିଦ୍ୟୁସ୍ମିତା ଲେଙ୍କା ପ୍ରଥମ , ସତ୍ୟନାରାୟଣ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ସ୍ମରଣିକା ଜେନା ଦ୍ୱିତୀୟ ଓ ସଅଁରା ସରକାରୀ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ଦଳେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୦ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ମାନେ ପରୀକ୍ଷା କାର୍ଯ୍ଯ ପରିଚାଳନା କରିବା ସହିତ ପରୀକ୍ଷା ଖାତା ର ମୂଲ୍ୟାୟନ ମଧ୍ୟ କରିଥିଲେ। ଏହି ଅବସରରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସାରଦା ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି, ସମ୍ବାଦ ସାହିତ୍ୟ ଘର ର ପଣ୍ତିତ ବାସବ ନନ୍ଦ ଓ ସମ୍ବାଦ ର ଝଙ୍କଡ଼ ପ୍ରତିନିଧି ରମାକାନ୍ତ ରାଉଳ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button