Sports

ନାଠୁଆ ଗ୍ରାମର ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ସମାଚାର ଢେଂକାନାଳ
ନାଠୁଆ ଗ୍ରାମର ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରକାଶ ବେହେରା ଯୋଗ ଦେଇଥିଲେ ।ଏହି ପ୍ରତିଯୋଗିତାରେ କଙ୍କଡାହାଡ ବ୍ଲକ, ସଦର ବ୍ଲକ, ଓଡାପଡା ବ୍ଲକର ପ୍ରତିଯୋଗିମାନେ ଭାଗ ନେଇଥିଲେ l ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍କୁଲର ଅଧିକ ପ୍ରତିଯୋଗୀ
ପ୍ରଥମ ସ୍ଥାନ ଅଧିକାର କରିଥିବାର ସୂଚନା l ଆସନ୍ତା ମାସ ୧୫ ଓ ୧୬ରେ ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ହେବା ପାଇଁ ସ୍ଥିର ହୋଇଛି । ଏହି ପ୍ରତିଯୋଗିତା ଆର୍ଯ୍ୟ ପଟନାୟକ ନେତୃତ୍ୱରେ ଖେଳ ପରିଚାଳନା ହୋଇଥିଲା l ସମସ୍ତ ପ୍ରତିଯୋଗୀଙ୍କୁ ଅତିଥ୍‌ମାନେ ସମ୍ବଦ୍ଧିତ କରିଥିଲେ l

Related Articles

Back to top button