୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ

ବାରିପଦା ତା:0୧ /0୮ ରିଖ, ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହାରାଜପୁର, ତକତପୁରର ମହାରାଣୀ ସୁସାର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0୨୫ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟଟେନ୍ସୀ ଏବଂ ମେନେଜମେଣ୍ଟ ନିକଟରେ ଥିବା ଫୁଟବଲ ପଡିଆରେ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଏମ. ସି. ଏ. ଏମ କଲେଜର ଅଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଯୋଗଦାନ କରି ଖେଳାଳୀ ଟିମ ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ କ୍ଳବ ର ସଭାପତି ଦସା ମାରାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟକୁ ଅନ୍ୟ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନ, କ୍ଳବ ର ସମ୍ପାଦକ ଦକ୍ଷିଣ ମୁର୍ମୁ, କ୍ଳବର କୋଷାଧକ୍ଷ କାନ୍ଦନ ମାର୍ଣ୍ଡି ଓ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ l ଏହି ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳର ମୋଟ ୮ ଟା ଟିମ ଅଂଶଗ୍ରହଣ କରିଥିବାବେଳେ, ଖେଳାଳିମାନଙ୍କୁ ଉତ୍ସାହିତ କରିବାନିମନ୍ତେ ଟୁର୍ନାମେଣ୍ଟରେ ପ୍ରଥମ ଟିମ ବିଜେତାକୁ ପୁରସ୍କାର ସହାୟତା ରାଶି ୫0,000/- ଟଙ୍କା, ଦ୍ୱିତୀୟ ବିଜେତା ଟିମ କୁ ରାଶି ୩0,000/- ଟଙ୍କା, ତୃତୀୟ ବିଜେତା ଟିମକୁ ରାଶି ୧0000/- ଟଙ୍କା ଓ ଚତୁର୍ଥ ବିଜେତା ଟିମ କୁ ରାଶି ୧0000/- ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ l ଉକ୍ତ ଫୁଟବଲ ଟୁର୍ନାମେଣ୍ଟ ଯୋଗୁଁ ମହାରାଜପୁର ଅଂଚଳ ଏକରକମର ଜନସମାବେଶ ମେଳାର ଭ୍ରମ ସୃଷ୍ଟି କରିଛି l ମୟୁରଭଞ୍ଜ ଜିଲ୍ଲା ବିଶ୍ୱ ଦରବାରରେ ଫୁଟବଲ ଖେଳ ପାଇଁ ବେଶ ଚର୍ଚିତ ଥିବାବେଳେ ଯଦି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତର ସହିତ ଆଦିବାସୀ ଅଂଚଳ ଖେଳାଳି ମାନଙ୍କୁ ଓ ଏହିପରି ଟୁର୍ନାମେଣ୍ଟ କରୁଥିବା କ୍ଳବ ମାନଙ୍କୁ କିଛି ଆର୍ଥିକ ଓ ପ୍ରଶାସନିକ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି l