Education

ଜିଲ୍ଲାପାଳଙ୍କ ପଲ୍ଲୀଶିକ୍ଷାଶ୍ରମ, ଅଙ୍ଗନବାଡି କେନ୍ଦ୍ର ଏବଂ କୁତରଙ୍ଗ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗସ୍ତ..

କେନ୍ଦ୍ରାପଡ଼ା,ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ)* ,କେନ୍ଦ୍ରାପଡ଼ା ବ୍ଲକର ପଲ୍ଲୀ ଶିକ୍ଷା ଶ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ କୁତରଙ୍ଗ ଗ୍ରାମ ପଞ୍ଚାୟତ ବିଦ୍ୟାଳୟକୁ ଗସ୍ତ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟାର | ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି ଗସ୍ତ କରି ସ୍ଥାନୀୟ ସରପଞ୍ଚ, ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି | ସ୍କୁଲ ଏବଂ ଅଙ୍ଗନବାଡିର ଭିତ୍ତି ଭୂମି, ପାନୀୟଜଳ, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ,ସ୍ୱଚ୍ଛତା ଇତ୍ୟାଦି ଉପରେ ଆଲୋଚନା କରିଥିଲେ | ପିଲାମାନଙ୍କୁ ଉତ୍ତମ ଏବଂ ପୁଷ୍ଟିକର ରାନ୍ଧଖାଦ୍ୟ, ସ୍ୱଚ୍ଛ ପାନୀୟଜଳ, ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ସୃଷ୍ଟି ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Related Articles

Back to top button