Education

ଘଣ୍ଟାପଡ଼ାର ବିଭିନ୍ନ ସ୍କୁଲରେ ଆସ ସ୍କୁଲକୁ ଯିବା କାର୍ଯ୍ୟକ୍ରମ।

 

କଣ୍ଟାମାଳ: -୧୬/୮/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା କ୍ଲଷ୍ଟରର ବିଭିନ୍ନ ସ୍କୁଲରେ ଆସ ସ୍କୁଲକୁ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ୧୪ ବର୍ଷରୁ କମ୍ ପିଲା ଯେପରି ଶିକ୍ଷାଦାନରୁ ବଞ୍ଚିତ ନ ହେବେ ଦୃଷ୍ଟିରୁ କେତେକ ସ୍କୁଲରେ ଅଭିଭାବକ /ଶିକ୍ଷକ ବୈଠକ ହୋଇଥିବାସୁଳେ କେତେକ ସ୍କୁଲରେ ଗାଁମାନଙ୍କରେ ଅଭିଭାବକମାନଙ୍କ ସଚେତନତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପଦଯାତ୍ରା କରାଯାଇଛି। ସେହିପରି ଘଣ୍ଟାପଡ଼ା ହାଇସ୍କୁଲରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ୱରେ,ଏମଇ ସ୍କୁଲରେ ପ୍ରଧାନଶିକ୍ଷକ ମହେନ୍ଦ୍ର ଲୁହା, ଘଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟରେ, ପୋଡ଼ାପଦରରେ ହେମନ୍ତ ଭୋଇଙ୍କ ସଭାପତିତ୍ୱରେ ଅଭିଭାବକ/ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ କୋଡ଼ିବାହାଲ ପିଏମଶ୍ରୀ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଦୁଲଣା ସୁନ୍ଦରୀ,ଲଣ୍ଡା ପଦର ବିଦ୍ୟାଳୟ,କୁନାସିଲା, ଆଦି ବିଭିନ୍ନ ସ୍କୁଲରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସିଆରସିସି ରୂପାସିଂ କ୍ଷେତି ପ୍ରତ୍ୟେକ ସ୍କୁଲର ମନିଟାରିଙ୍ଗ କରିଛନ୍ତି|

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜl

Related Articles

Back to top button