ନୂଆଁପାଲି ହାଇସ୍କୁଲରେ ଆସ ସ୍କୁଲ ଯିବା ଶୋଭାଯାତ୍ରା

କଣ୍ଟାମାଳ: -,୧୪/୮/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତର ନୂଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଆସ ସ୍କୁଲ ଯିବା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ନୂଆଁପାଲି ଗ୍ରାମ ପରିକ୍ରମା କରିଥିଲେ l ପାଠ ପଢ଼ୁନଥିବା ୧୮ ବର୍ଷ ପର୍ଯ୍ୟନ୍ତ ପିଲା କେହି ଯେମିତି ବିଦ୍ୟାଳୟ ବାହାରେ ନ ରହିବେ l ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ସ୍କୁଲକୁ ଆଣିବା ସମ୍ପର୍କରେ ସଚେତନତା କରିବା ସହିତ ଆଗାମୀ ଦିନରେ ଗ୍ରାମରେ ଯେପରି କୌଣସି ଡ୍ରପ୍ଆଉଟ୍ ପିଲା ରହିବେ ନାହିଁ ସେଥିପ୍ରତି ଉପାଦେୟ ପରାମର୍ଶ ପ୍ରଦାନ କରିବା ସହିତ ସମସ୍ତଙ୍କ ସାମୁହିକ ଉଦ୍ୟମ ପାଇଁ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ