Education

ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ କଳାହାଣ୍ଡି ର ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରୁ କନିଷ୍ଠ ଶିକ୍ଷକ କଳାହାଣ୍ଡି ର ସଭାପତି ବିମଲ ଦୀପଙ୍କ ନେତୃତ୍ୱ ରେ ସହ ସହ କନିଷ୍ଟ ଶିକ୍ଷକ ଏକଜୁଟ ହୋଇ ତଥା ପ୍ଲାକାର୍ଡ ମାଧମରେ ବିଭିନ୍ନ ନାରା ଦେବା ସହ ଏକ ଶାନ୍ତିପୂର୍ଣ ପଦଯାତ୍ରା ରେ ବାହାରି କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା।ସଙ୍ଘର ଆବେଗ ଥିଲାକି, ସଭ୍ୟ ରାଷ୍ଟ୍ରରେ ଶିକ୍ଷାର ଭିତ୍ତିଭୂମି ହେଲା ପ୍ରାଥମିକ ଶିକ୍ଷା। ଏହି ଶିକ୍ଷ୍ୟା ମଣିଷ କୁ ଜ୍ଞାନଶୁଦ୍ଧିରେ ସାହାଯ୍ୟ କରିଥାଏ। ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବାବେଳେ କେବଳ କନିଷ୍ଠ ଶିକ୍ଷକ ମାନେହିଁ ଯୋଜନାଭିତ୍ତିକ ପରି ଗୋଟିଏ ପରି ଗୋଟିଏ କୁପ୍ରଥାରେ ସଢୁଛନ୍ତି, ଯାହାକୁକି ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀ ହୃଦବୋଧ କରିବା ସହ ଏକ ଐତିହାସିକ ପରିବର୍ତନ ଆଣିବା ନିମନ୍ତେ ବିଧାନସଭା କମିଟି ଗତ ତା ୦୨. ୦୮. ୨୫ ରିଖ ଦିନ ଚିଠା ନଂ – ୨୧୨୬୮ ରେ କନିଷ୍ଠ ଶିକ୍ଷକ /ଶିକ୍ଷୟତ୍ରୀ(ଯୋଜନାଭିତ୍ତିକ )ମାନଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ଦେବା, ୪୪,୦୦୦ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ସହ ପୁରୁଣା ଶିକ୍ଷକ ମାନଙ୍କର ଚୁକ୍ତିଭିତ୍ତିକ ସମୟକୁ ଚାକିରୀ ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଏକ ବିଂଜ୍ଞପ୍ତି ଜାରି କରାଯାଇଥିଲା। ସରକାରଙ୍କ ଏଭଳି ପଦକ୍ଷେପକୁ ଶିକ୍ଷକ ମହଲରେ ନୂତନ ଆଶା ସଂଚାର କରିଥିଲା। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରୀତାପ ର ବିଷୟ ଏହିଁଯେ, ଗତ ତା ୦୭. ୦୮. ୨୦୨୫ ରିଖ ଦିନ ବିଭାଗ ଏହି ଚିଠାକୁ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇନାହିଁ ଦର୍ଶାଇ ପ୍ରତ୍ୟାହାର କରିନେଇଛନ୍ତି। ଯାକକି କନିଷ୍ଠ ଶିକ୍ଷକ /ଶିକ୍ଷୟତ୍ରୀଙ୍କର ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ କ୍ଷ୍ୟୁର୍ଣ୍ଣ କରୁଥିବା ସଙ୍ଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା। ବିଧାନସଭା କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଐତିହାସିକ ନିଷ୍ପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ଚିଠି ନଂ :୨୧୨୬୮ ତା ୦୨. ୦୮. ୨୦୨୫ ରିଖକୁ ୧୭. ୦୮. ୨୦୨୫ ସୁଦ୍ଧା ନିୟମାକରେ ପରିଣତ କରଯାଉ, ନଚେତ ସଙ୍ଘ ସଙ୍ଘ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ଦେବା ଅବସରରେ କଳାହାଣ୍ଡି କନିଷ୍ଠ ଶିକ୍ଷକ ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ବିମଲ ଦୀପ, ଜ୍ୟୋତିଷ କୁମାର ନାଏକ ଜିଲ୍ଲା ସାଧାରଣ ସମ୍ପାଦକ, ଅରୁଣା ମହାରଣା ଜିଲ୍ଲା ଉପସଭାପତି, ଏବଂ ହିମାଂଶୁ ନାଏକ, ଅତିରିକ୍ତ ସଭାପତି ଜିଲ୍ଲା ପରାମର୍ଶଦାତା ରୁ ଅଜୟ କୁମାର ପ୍ରଧାନ, ଏନ.କେ. ନନ୍ଦ, ଆର. ଆର. ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button