Education

ସରସ୍ବତୀ ଶିଶୁମନ୍ଦିର ବିଦ୍ୟାଳୟରେ ଜ୍ଞାନବିଜ୍ଞାନ ମେଳା।

ବାଲିଚନ୍ଦ୍ରପୁର ୦୩/୦୮

ବଡ଼ଚଣା ଶିକ୍ଷାମଣ୍ଡଳ ଅଧୀନ ବାଲିଚନ୍ଦ୍ରପୁରସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ଶିକ୍ଷାବର୍ଷ ର ବିଜ୍ଞାନ ସପ୍ତାହ ପାଳନ ଅବସରରେ ବିଦ୍ୟାମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଦୁଇ ଦିନ ଧରି ଗତ ଏକ ଓ ଦୁଇ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ନନ୍ଦକିଶୋର ବିଦ୍ୟାମନ୍ଦିର କୁସୁପୁର ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କର ପ୍ରଦୀପ ଜାଳି ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବ ରେ ସାହସପୁର ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ୟାପକ ସଂଗ୍ରାମ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପାତ୍ର ପ୍ରଦାନ କରିଥିଲେ। ଜ୍ଞାନ ବିଜ୍ଞାନ ମେଳା ଦୁଇଟି ପର୍ଯ୍ୟୟ ଓ ଚାରୋଟି ବର୍ଗ ରେ ଅନୁଷ୍ଠିତ ହୋଇଥିଲା। କନିଷ୍ଠ ଶିଶୁବର୍ଗ ରୁ ୩୪୬ଜଣ, ଶିଶୁ ବର୍ଗ ରୁ ୫୯ଜଣ,ବାଲ ବର୍ଗ ରୁ ୮୧ଜଣ ଏବଂ କିଶୋର ବର୍ଗରୁ ୪୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ 18ଜଣ ଶିକ୍ଷକ ଶିକ୍ଷିକା ଓ ନିକଟବର୍ତ୍ତୀ ବିଭିନ୍ନ ବିଦ୍ୟାଳୟରୁ ନିରୀକ୍ଷିକ ଭାବେ ଆମନ୍ତ୍ରିତ ହୋଇ ନିରୀକ୍ଷଣ କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ବାଲିଚନ୍ଦ୍ରପୁରର ସଂକୁଳ ସଂଯୋଜକ କୁଳମଣୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ବିଜ୍ଞାନ ବିଭାଗ ପ୍ରମୁଖ ଲୋପାମୁଦ୍ରା ମୁଦୁଲି ବୃତ୍ତ ପଠନ ପାଠ କରିଥିଲେ। ଏହି ଜ୍ଞାନବିଜ୍ଞାନ ମେଳାରେ ପରିଚାଳନା କମିଟି ସଭାପତି ଅଜିତ କୁମାର ମହାନ୍ତି,ଉପସଭାପତି ନାରାୟଣ ଚନ୍ଦ୍ର ପଣ୍ଡା ସମ୍ପାଦକ ହିମାଂଶୁ ଶେଖର ବଳ, ବରିଷ୍ଟ ଉପଦେଷ୍ଟା ନିରଞ୍ଜନ ମହାନ୍ତି, କୋସାଦକ୍ଷ ନେତ୍ରାନନ୍ଦ ସିଂହ, ପରିଚାଳନା ସମିତି ର ସଭ୍ୟ ସଭା ଓ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକାଓ ଶିଶୁ ଭାଇ ଭଉଣୀ ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆଚାର୍ଯ୍ୟା ସଙ୍ଗୀତା ସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଟ ଆଚାର୍ଯ୍ୟ ରମେଶ ଚନ୍ଦ୍ର ବିଶ୍ୱାଳ।

Related Articles

Back to top button