ସରସ୍ବତୀ ଶିଶୁ ମନ୍ଦିର ବ୍ରଜ ବିହାରରେ ରେ ଜ୍ଞାନ ବିଜ୍ଞାନ ମେଳା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ବ୍ରଜ ବିହାର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡ ଙ୍କ ତତ୍ୱାବଧାନ ରେ ଶିଶୁ ପ୍ରାରମ୍ଭ ଠାରୁ ଦଶମ ପର୍ଯ୍ୟନ୍ତ ଭାଇ ଭଉଣୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଶିଶୁ ବଟିକା ର ପ୍ରମୁଖ ଶ୍ରୀମତୀ ସୁକାନ୍ତି ଦାସଙ୍କ ନିର୍ଦେଶ ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶିଶୁମାନେ ବିଜ୍ଞାନ, ଗଣିତ, ସଂସ୍କୃତି ଜ୍ଞାନ ପ୍ରକଳ୍ପ, ପାତ୍ର ବାଚନ, ପ୍ରୟୋଗ, କଥାକଥନ, ମୂର୍ତ୍ତିକଲା, ପୁସ୍ତକ ଓ ପୁରୁଣା ମୁଦ୍ରା ସଂଗ୍ରହ ଚିତ୍ରକଳା ଇତ୍ୟାଦି ରେ ଅଂଶ ଗ୍ରହଣ କରିଥିଲେ।ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଶ୍ରୀ ସୁଧୀର ନେଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ରାଜେଶ୍ୱରୀ ରଥ ବୃତକଥନ କରିଥିଲେ। ବିଚାରକ ମଣ୍ଡଳୀ ତଥା ସମ୍ମାନିତ ଅତିଥି ଭାବେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥୂବା ବିଜ୍ଞାନ ଶିକ୍ଷକ ସେମାନେ ହେଲେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି (କାମଠାଣା), ଶ୍ରୀ ଦେବେନ୍ଦ୍ର ବାଗ (ଫଟକାମାଲ ), ପ୍ରତିଭା ରଥ (ଚାଁଚେର ), ଶ୍ଵେତାଳିନୀ ପ୍ରଧାନ (ଶାନ୍ତପୁର ), ନିର୍ମଳ ସାହୁ ( ବୃନ୍ଦାବତୀ ), ଅର୍ଚ୍ଚିତ ପଣ୍ଡା (ବାଲାଜୀ ବିହାର ), ରବୀନ୍ଦ୍ର ମିଶ୍ର, ଅନୁଷ୍କା ସାହାଣୀ, କିଶୋର ବାଗ, ରୋଜାଲିନି ପଟ୍ଟନାୟକ, ଯୁଗଳ ନାଏକ ପ୍ରଭୃତି ବିଜ୍ଞ ଙ୍କ ଦ୍ବାରା ଶିଶୁ ଭାଇ ଭଉଣୀଙ୍କ ପ୍ରକଳ୍ପର ନିର୍ଣ୍ଣାୟକ ଭାବରେ ନିରୀକ୍ଷଣ କରି କୃତୀ ଛାତ୍ର ଛାତ୍ରୀ ଚୟନ କରିଥିଲେ | । ଏହା ସହ ସଂସ୍କୃତି ସ୍ମୃତି ଜ୍ଞାନ, ମୂର୍ତି କଳା, ଆଶୁ ଭାଷଣ, ପ୍ରଶ୍ନମଞ୍ଚ,ପ୍ରୟୋଗ ଶିଶୁଙ୍କର ମଧ୍ୟ କୃତୀତ୍ଵ ଲକ୍ଷ୍ୟ କରାଯାଇଥିଲା । ଏହି ଜ୍ଞାନ ବିଜ୍ଞାନ ମେଳାରେ ବିଭିନ୍ନ ବିଭାଗ ରେ ପ୍ରତିଦ୍ବନ୍ତିତା ପାଇଁ ସର୍ବମୋଟ ୨୪୦ଜଣ ଶିଶୁ ପ୍ରକଳ୍ପ ରେ ଅଂଶ ଗ୍ରହଣ କରିଥିଲେ। କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥ୍ଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ ବିଜ୍ଞାନ ମେଳାରେ ମଞ୍ଚ ପରିଚାଳନା କରିଥିଲେ ଗୁରୁମା ସୁମତି ମୁଣ୍ଡ। ପୁରସ୍କାର ବିତରଣର ଦାୟିତ୍ୱ ନିର୍ବାହ କରିଥିଲେ କୌଶଥୁମଣି ବାଗ ଏବଂ ବନଶ୍ରୀ ଦାସ। ପ୍ରତେକ ବିଭାଗରେ ଗୁରୁଜୀ ଗୁରୁମା ଶିଶୁଙ୍କୁ ସହଯୋଗ କରିବା ସହ ଶିଶୁ ଶୃଙ୍ଖଳା ରେ ପୁର୍ଣ ସହଯୋଗ କରିଥିଲେ ବରିଷ୍ଠ ଗୁରୁଜୀ ଗୋଦାବରୀଶ ମିଶ୍ର, ସୁଶାନ୍ତ ବାରିକ, ମନୋଜ ନାୟକ ଏବଂ ସମସ୍ତ ଗୁରୁଜୀ ଗୁରୁମା ତଥା ଉପସ୍ଥିତ ବଡ ଭାଇଭଉଣୀ।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ