ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା, ମୋଟ ୧୩୫ଟି ପ୍ରକଳ୍ପ ପ୍ରଦର୍ଶିତ ।

କଣ୍ଟାମାଳ: -୨/୦୮/୨୦୨୫: ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଂକୁଳ ଅନ୍ତର୍ଗତ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ସଭାପତିତ୍ୱରେ ଜ୍ଞାନବିଜ୍ଞାନ ମେଳା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ଅଗସ୍ତୀ ମଲିକ ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକଭାବେ ଜ୍ଞାନ ବିଜ୍ଞାନମେଳାକୁ ଉଦ୍ଘାଟନ କରିଥିଲେ। ସେହିପରି ଅତିଥିଭାବେ ଶିକ୍ଷାବିତ ନିଳାଚଳ ଭୋଇ, ବିରେନ୍ଦ୍ର ପ୍ରସାଦ ଦେହୁରୀ, ସମିତି କୋଷାଧ୍ୟକ୍ଷ ଦେବେନ୍ଦ୍ରନାଥ ରଣା, ସାମ୍ବାଦିକ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ରହି ଜ୍ଞାନ ବିଜ୍ଞାନ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶାନ୍ତନୁ ସେଠ ଓ ପ୍ରୋଜେକ୍ଟ ଶିକ୍ଷକ ଲିପୁନ ପ୍ରଧାନ ବିଚାରକ ଭାବେ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ସେହିପରି ପ୍ରଥମରୁ ତୃତୀୟ ଶ୍ରେଣୀର ପ୍ରକଳ୍ପର ବିଚାରକ ଭାବେ ଉକ୍ତ ଶିଶୁ ମନ୍ଦିରର ଗୁରୁମା ରୀତା ରଣା, ରଞ୍ଜୁ ମହଲା, ରଶ୍ମି ରଣା, ବବିତା ରଣା, ଗୁରୁଜୀ ବିଶିକେଶନ ସାହୁ ଓ ହିମାଦ୍ରୀ ରଣା କାର୍ଯ୍ୟ ତୁଲାଇଥିଲେ। ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ ମେଳାରେ ମୋଟ ୧୩୮ ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରଦର୍ଶନୀ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୮୫ଟି, ଶିଶୁ ବର୍ଗରୁ ୩୫ଟି ଓ ବାଲବର୍ଗରୁ ୧୫ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ। ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା,କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ