ନର୍ଲା ବ୍ଲକ ରେ ଆଠ ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ଘଟଣା।

ଶିକ୍ଷା ନୀତି ନିୟମ କୁ ହସ୍ତକ୍ଷେପ କରୁଛନ୍ତି କି ? ବିଜେଡ଼ି ବିଜେପି ନେତା ।
ବଦଳି କରିବା ପଛରେ ନେତା ଙ୍କ ସ୍ବାର୍ଥ ଥିବା ସାଧାରଣରେ ଆଲୋଚନା ।
ଅଂଚଳର ବିକାଶ ଛାଡ଼ି ଅଧିକାରୀ ଙ୍କୁ ବଦଳି କରିବାରେ ଲାଗିପଡଛନ୍ତି ନେତା। ବୁଦ୍ଧିଜୀବୀ ମହଲରେ ଅସୋନ୍ତୋଷ।
ନେତା ଙ୍କ ଛତ୍ର ଛାୟା ଅଛନ୍ତି କି ? ଜିଲ୍ଲା ଶିକ୍ଷା ବିଭାଗ ଓ ବ୍ଲକ୍ ଶିକ୍ଷା ବିଭାଗ ଅଧିକାରୀ।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ଦେଖିବକୁ ମିଳିଛି । ସୂଚନା ଯୋଗ୍ୟ ଗତ ନୋଟି ଫିକେସନ୍ ନମ୍ବର ୧୩୪୫୩/ତା ୧୪/୦୫/୨୫ ଅନୁଯାୟୀ ସ୍ଥାନୀୟ ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି,କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର୍ ସେଠ୍ ଙ୍କ ଅନୁମୋଦନ କ୍ରମେ ରଜ୍ୟ ଶିକ୍ଷା ବିଭାଗ କମିଟି ଲେଟର ନମ୍ୱର୍ ୧୬୬୭୩/ତା ୦୧/୦୭/୨୫ ଅନୁଯାୟୀ ନର୍ଲା ବ୍ଲକ ରେ ବିଭିନ୍ନ ସ୍କୁଲ୍ ରେ କାର୍ଯ୍ୟରତ ଆଠ ଜଣ ନୀରିହ ଶିକ୍ଷକ ଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ଙ୍କ ଅନୁମୋଦନ କ୍ରମେ ଅନ୍ୟତ୍ର ବଦଳି ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକା ରେ ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ କୋକସରା ବ୍ଲକ କୁ ବଦଳି ହୋଇଥିବା ଉକ୍ତ ସ୍କୁଲ୍ ରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଚକିତ କରିଥିଲା । ଆକ୍ରୋଶ ମୂଳକ ଭାବେ ନର୍ଲା ବିଧାୟିକା କଳାହାଣ୍ଡି ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦ ଙ୍କ ମିଳିତ ଉଦ୍ୟମରେ ନିରୀହ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ଓ ବିଜେଡି ବିଧାୟିକା ଙ୍କ ଅଭିଯୋଗ କୁ କେଉ ସ୍ୱାର୍ଥରେ କଳାହାଣ୍ଡି ବିଜେପି ଲୋକସଭା ଓ ରାଜ୍ୟସଭା ସାଂସଦ ଏହା କୁ ସମର୍ଥନ କରିଥିଲେ ତାହା ସାରା କଳାହାଣ୍ଡି ଜିଲ୍ଲା ରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହା କୁ ବିରୋଧ କରି ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଭିଭାବକ ମାନେ ଏକତ୍ରିତ ହୋଇ ଗତ ଗୁରୁବାର ଓ ଶୁକ୍ରବାର ଦିନ ସ୍କୁଲ୍ ଗେଟ୍ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ